୧୭ରେ ତୃତୀୟ ପର୍ଯ୍ୟାୟ ମତଦାନ : ଆଜି ସଂଧ୍ୟାରୁ ପ୍ରଚାର ବନ୍ଦ

24

କନକ ବ୍ୟୁରୋ : ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ହେଉଥିବା ବେଳେ ଆଜି ଶେଷ ହେଉଛି ତୃତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରଚାର । ସବୁ ଦଳର ଛାମୁଆ ନେତାମାନେ ପ୍ରଚାର କରିଛନ୍ତି । ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବ ।

ଏହି ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୬୫ଟି ବ୍ଲକର ୧୭୫ ଜିଲ୍ଲା ପରିଷଦ ଜୋନ ପାଇଁ ମତଗ୍ରହଣ ହେବ । ଏହି ପର୍ଯ୍ୟାୟରେ ୧୩୯୪ ପଂଚାୟତ ପାଇଁ ଭୋଟଗ୍ରହଣ ହେବ । ୧୮୮୫୯ ବୁଥରେ ମୋଟ୍ ୫୩ ଲକ୍ଷ ୨୩ ହଜାର ୯୯୩ ଭୋଟର ତୃତୀୟ ପର୍ଯ୍ୟାୟ ମତଦାନରେ ସାମିଲ ହେବେ ।