ପଂଚସଖାରୁ ଜଣେ ଗାଏବ ! ସତ୍ୟବାଦୀ ବକୁଳବନରୁ ଉଭାନ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ବ୍ରୋଂଞ୍ଜ ପ୍ରତିମୂର୍ତି

77

ପଂଚସଖାରୁ ଜଣେ ଗାଏବ । ସତ୍ୟବାଦୀ ସ୍ଥିତ ବକୁଳବନରୁ ପଣ୍ଡିତ ଗୋଦାବରୀଣ ମିଶ୍ରଙ୍କ ବ୍ରୋଂଞ୍ଜ ପ୍ରତିମୂର୍ତି ଚୋରି ହୋଇଯାଇଛି । ଦୁର୍ବୃତମାନେ ମୂର୍ତିତାଡି ନେଇଯାଇଥିବା ଆଶଙ୍କା କରାଯାଉଛି । ଏ’ନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ମିଶ୍ରଙ୍କ ଅଭିଯୋଗକୁ ଭିତି କରି ପୁଲିସ ତଦନ୍ତ ଚଳାଇଛି । ଏହି ଘଟଣାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି ।

ଇତିହାସ ଓ ପର୍ଯ୍ୟଟନ ଦୃଷ୍ଟିରୁ ବକୁଳବନ ଓ ପଂଚସଖା ପୀଠର ଯଥେଷ୍ଟ ଗୁରୁତ୍ୱ ରହିଥିଲେ ମଧ୍ୟ ଏହାର ସୁରକ୍ଷା ଦିଗ ପ୍ରତି ଆଦୌ ଦୃଷ୍ଟି ଦିଆଯାଉନଥିବାରୁ ଏଭଳି ଘଟଣା ଘଟୁଛି । ପର୍ଯ୍ୟଟନ ବିଭାଗ ପକ୍ଷରୁ ୫ କୋଟି ଟଙ୍କା ବ୍ୟୟରେ ବକୁଳବନ ପରିସରରେ ବିିଭନ୍ନ ଉନ୍ନୟନ୍ନମୂଳ କାର୍ଯ୍ୟ କରାଯାଇଥିଲା । କିନ୍ତୁ ଏହାର ନିରାପତା ଦିଗରେ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :