ଆସିଲା ସ୍ମାର୍ଟ ରେଫ୍ରିଜିରେଟର୍ ! ମାତ୍ର ଗୋଟିଏ ଇସାରାରେ ବନାଇବ ଡ୍ରିଙ୍କ୍ସ

92

panasonicଆପଣ ସ୍ମାର୍ଟଫୋନ୍, ସ୍ମାର୍ଟ ୱାଚ୍ ଏବଂ ସ୍ମାର୍ଟ ଟିଭି ବିଷୟରେ ଶୁଣିଛନ୍ତି । କିନ୍ତୁ ଏବେ ବଜାରକୁ ଆସୁଛି ସ୍ମାର୍ଟ ରେଫ୍ରିଜିରେଟର୍ । ଯାହା ଆପଣଙ୍କ ଗୋଟିଏ ଇସାରାରେ ଆପଣଙ୍କ ପାଖକୁ ଆସି ଆପଣଙ୍କ ପାଇଁ ବନାଇବ ଡ୍ରିଙ୍କ୍ । ଏଭଳି ଏକ ନିଆରା ଏବଂ ପ୍ରପର୍ ସ୍ମାର୍ଟ ରେଫ୍ରିଜିରେଟର୍ ଲଂଚ୍ କରିଛି ପାନାସୋନିକ୍ । ପ୍ରପର୍ ଏଥିପାଇଁ କୁହାଯାଉଛି ଯେ ଆଣ୍ଡ୍ରଏଡ୍ ଫଙ୍କସନ୍ ସହ ଏହା କୌଣସି ସାଧାରଣ ଫ୍ରିଜ୍ ନୁହେଁ ବରଂ ସଂପୂର୍ଣ୍ଣ ସ୍ମାର୍ଟ ଫ୍ରିଜ୍ ।

ପାନାସୋନିକ୍ ଏହି ମୁଭେବଲ୍ ଫ୍ରିଜ୍ କନସେପ୍ଟ ବର୍ଲିନରେ ଅନୁଷ୍ଠିତ ହୋଇଥିବା ଆଇଫା ଆୱାର୍ଡରେ ପ୍ରଦର୍ଶନ କରିଥିଲା । ଏହି ସ୍ମାର୍ଟ ଫ୍ରିଜର ସାଇଜ୍ ଅନ୍ୟ ଫ୍ରିିଜ୍ ଠାରୁ ସାମାନ୍ୟ ଛୋଟ । କିନ୍ତୁ ଏହାର ଫିଚର୍ ଆପଣଙ୍କୁ ନିଶ୍ଚିତ ଭାବରେ ଆଶ୍ଚଯ୍ୟ କରିଦେବ । ଆପଣଙ୍କ ଇସାରାରେ ଏହି ଫ୍ରିଜ୍ ଡ୍ରଇଙ୍ଗ୍ ରୁମ, ଡାଇନିଙ୍ଗ୍ ରୁମ୍ ଏବଂ ବେଡ ରୁମ୍ ପର୍ଯ୍ୟନ୍ତ ପହଂଚିପାରିବ । ଏହା ସହ ଏହି ସ୍ମାର୍ଟ ଫ୍ରିଜ୍ ଭାକ୍ୟୁମ୍ କ୍ଲିନର୍ କାମ ମଧ୍ୟ କରିଥାଏ ।

fridge-05-1504605795ଉଲ୍ଲେଖଯୋଗ୍ୟ ଯେ, ଏହି ରୋବଟ୍ ଫ୍ରିଜ୍ ବ୍ୟାଟେରୀରେ ନିଜକୁ ଚାର୍ଜ କରିଥାଏ । କିନ୍ତୁ ସାଇଜ୍ ହିସାବରେ ଅନ୍ୟ ଫ୍ରିିଜ୍ ଠାରୁ ଛୋଟ ହେଉଛି ଏହି ରୋବୋଟିକ୍ ଫ୍ରିଜ୍ । ତେଣୁ ଅଧିକ ସାମଗ୍ରୀ ଏଥିରେ ରହିବାର ସୁବିଧା ନାହିଁ । ତେବେ ଯେଉଁ ମାନଙ୍କୁ ଡ୍ରିଙ୍କସ୍ ପସନ୍ଦ ସେମାନଙ୍କ ପାଇଁ ଏହା ଏକ ଚାଲ ବୁଲ କରୁଥିବା ବାର୍ ଭାବରେ କାମ କରିଥାଏ । ତେବେ ଖବର ଅନୁଯାୟୀ, ବର୍ତ୍ତମାନ ପାଇଁ ଏହାର ଛୋଟ୍ ରୂପ ସାମ୍ନାକୁ ଆସିଛି । କିନ୍ତୁ ଭବିଷ୍ୟତରେ ଅନ୍ୟାନ୍ୟ ଫିଚର୍ ସହ ବଡ଼ ରୂପରେ ଆସିପାରେ ।