ବହୁଚର୍ଚ୍ଚିତ ପାନାମା ଗେଟ୍ ମାମଲା ! ପାକ୍ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫଙ୍କ ସଂପୃକ୍ତି ନେଇ ଆଜି ଶୁଣାଣି କରିବେ ପାକିସ୍ତାନ ସୁପ୍ରିମକୋର୍ଟ

23

କନକ ବ୍ୟୁରୋ : ବହୁଚର୍ଚ୍ଚିତ ପାନାମା ଗେଟ୍ ଖୁଲାସାରେ ପାକ୍ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫଙ୍କ ସଂପୃକ୍ତି ନେଇ ଆଜି ଶୁଣାଣି କରିବେ ପାକିସ୍ତାନ ସୁପ୍ରିମକୋର୍ଟ । ୬ ଜଣିଆ ଜଏଂଟ୍ ଇନଭେଷ୍ଟିଗେସନ୍ ଟିମ୍, ଜେଆଇଟିର ରିପୋର୍ଟ ଆଧାରରେ ଏହି ଶୁଣାଣି ହେବ । ସରିଫଙ୍କ ସହ ତାଙ୍କ ପରିବାର ବିରୋଧରେ ମଧ୍ୟ ପାନାମା ଗେଟ୍ ଖୁଲାସା କରିଥିଲା । ଏ ସଂପର୍କରେ ମଧ୍ୟ ଜେଆଇଟି ରିପୋର୍ଟ ପ୍ରସ୍ତୁତ କରିସାରିଛି । ପାକିସ୍ତାନ ସୁପ୍ରିମକୋର୍ଟ ବିଚାରପତି ଇଜାଜ ଅଫଜଲଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ତିନିଜଣିଆ କମିଟି ଏହାର ଶୁଣାଣି କରିବେ ।

ଏହି ମାମଲାର ରିପୋର୍ଟ ଦେବା ପାଇଁ ଜେଆଇଟିକୁ କୋର୍ଟ ଜୁଲାଇ ୧୦ରେ ନିର୍ଦ୍ଦେଶ ଦେଇଥିଲେ । ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମାମଲାର ଶୁଣାଣି ହେଉଥିବାରୁ ସୁରକ୍ଷା ବନ୍ଦୋବସ୍ତ କଡାକଡି କରାଯାଇଛି । ପାକିସ୍ତାନୀ ଗଣମାଧ୍ୟମର ସୂଚନା ଅନୁଯାୟୀ ଜେଆଇଟିର ରିପୋର୍ଟ ପ୍ରସ୍ତୁତ ନେଇ ସରିଫଙ୍କ ପରିବାର ପକ୍ଷରୁ କୌଣସି ପ୍ରଶ୍ନ ଉଠାଯାଇନି । ଏକ ସୂତ୍ରରୁ ସୂଚନା ମିଳିଛି ଯେ ଜେଆଇଟିର ରିପୋର୍ଟକୁ ଅପେକ୍ଷା କରିଛି ନୱାଜ ସରିଫଙ୍କ ପରିବାରର ଲିଗାଲ୍ ଟିମ୍ । ପାନାମା ପେପର ଖୁଲାସା ଅନୁଯାୟୀ ନୱାଜଙ୍କ ଦୁଇ ପୁଅ ଓ ଝିଅଙ୍କର ଏକ ବିଦେଶୀ କଂପାନୀରେ ଅଂଶଧନ ଥିଲା ।