ବଦଳିବ ପାନ କାର୍ଡର ଏହି ୩ ନିୟମ । ଜାଣିରଖନ୍ତୁ କେଉଁ ନିୟମ ହେବ ପରିବର୍ତ୍ତନ

ପାନ କାର୍ଡର ବଦଳିଲା ଏହି ନିୟମ

809

କନକ ବ୍ୟୁରୋ : ଯଦି ଆପଣ ନିଜର ପାନ କାର୍ଡ ତିଆରି କରିବା ପାଇଁ ଚିନ୍ତା କରୁଛନ୍ତି ତେବେ ଏହା ଆପଣଙ୍କ ଲାଗି ନିହାତି ଜରୁରୀ । କାରଣ ଆୟକର ବିଭାଗ ପାନ କାର୍ଡ ତିଆରି କରିବାର ନିୟମ ବଦଳାଇଛି । ଆୟକର ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଯେଉଁ ସମୟରେ ଆପଣ ପାନ କାର୍ଡ ଆବେଦନ କରିବା ପାଇଁ ଯାଉଛନ୍ତି ସେହି ସମୟରେ ଯଦି କୌଣସି ଆବେଦନକାରୀଙ୍କ ବାପା-ମା ଅଲଗା ହୋଇଛନ୍ତି । ତେବେ ସେହି ଆବେଦନକାରୀ ତାଙ୍କର ପିତାଙ୍କ ନାମ ଦେବା ପାଇଁ ଯେଉଁ ନିୟମ ଥିଲା ସେହି ସମସ୍ୟାର ସମାଧନ ହୋଇଥିବା ସୂଚନା ମିଳିଛି ।

ନିୟମ ଅନୁସାରେ, ବର୍ଷକୁ ୨.୫ ଲକ୍ଷ ଆୟ କରିଥିବେ ତେବେ ସେହି ବ୍ୟକ୍ତିମାନଙ୍କ ପାମ କାର୍ଡ ନିହାତି ଆବଶ୍ୟକ ରହିଛି । କାରଣ ଏହା ଆଗାମୀ ଆର୍ଥିକ ବର୍ଷରୁ ଲାଗୁ କରାଯିବ ବୋଲି ସୂଚନା ମିଳିଛି । ଯେଉଁମାନେ ବାର୍ଷିକ କାରବାର ବା ରୋଜଗାର ୨.୫ ଲକ୍ଷରୁ ଅଧିକ କରୁଛନ୍ତି ସେମାନଙ୍କ ପାଖରେ ପାନ କାର୍ଡ ରହିବା ନିହାତି ଆବଶ୍ୟକ ରହିଛି । କାରଣ ସେହି ବ୍ୟକ୍ତିମାନେ ଆଗାମୀ ଆର୍ଥିକ ବର୍ଷ ୩୧ ମେ ସୁଦ୍ଧା ସେମାନେ ନିଜର ପାନ କାର୍ଡ ତିଆରି କରିବା ନିହାତି ଆବଶ୍ୟକ ରହିଛି ବୋଲି ସୂଚନା ମିଳିଛି ।

 

ନୂଆ କରି ହେବାରୁ ଥିବା ପାନ କାର୍ଡରେ ଆବେଦନକାରୀଙ୍କ ନାମ ସହ, ଜନ୍ମ ତାରିଖ, ବାପା ଓ ମା’ଙ୍କ ନାମ ସହ QR କୋଡ ମଧ୍ୟ ରହିବ । ଏହି କୋଡରେ ଆବେଦନକାରୀଙ୍କ ହସ୍ତାକ୍ଷର ମଧ୍ୟ ରହିବ । ଏହାପରେ ଯଦି କୌଣସି ପରିସ୍ଥିତିରେ ପାନ କାର୍ଡ ଦରକାର ହେବ ତେବେ ତାହାର ସେହିଠାରେ ହିଁ ସ୍କାନିଂ ହୋଇପାରିବ ବୋଲି ସୂଚନା ମିଳିଛି । ଏହି କୋର୍ଡ ମାଧ୍ୟମରେ ଅନଲାଇନ-ପାନ କାର୍ଡ ମଧ୍ୟ ମିଳିବ । ଏହି କୋର୍ଡକୁ ମୋବାଇଲ ଆପ ଦ୍ୱାରା ସମସ୍ତ କାମ କରାଯାଇପାରିବ ।

 

ତେବେ ମୋବାଇଲରେ ଏହି ଆପ ବ୍ୟବହାର କରିବା ପାଇଁ ଏହାକୁ ପ୍ଲେ ଷ୍ଟୋରରେ ଡାଉନଲୋଡ କରିପାରିବେ । ଏହାକୁ ୧୨ ମେଗାପିକସଲ କ୍ୟାମେରା ଦ୍ୱାରା ସ୍କାନିଂ କରିହେବ ବୋଲି ସୂଚନା ମିଳିଛି । ନୂଆ କାର୍ଡ ଆସିବା ପରେ ପୂର୍ବରୁ ହୋଇଥିବା ପାନ କାର୍ଡ ୭ ଜୁଲାଇ ୨୦୧୮ ପୂର୍ବରୁ ହୋଇଥିବା ପାନ କାର୍ଡ ମଧ୍ୟ ଭେଲିଡିଟି ରହିବ । ଯେଉଁମାନେ ପାନ କାର୍ଡକୁ ନେଇ ଅଧିକ ଜାଣିବା ପାଇଁ ଇଚ୍ଛା ରଖିଛନ୍ତି ସେମାନେ ଦିଆଯାଇଥିବା ଏହି https://www.tin-nsdl.com/ ସାଇଟରେ ଲଗଇନ କରିପାରିବେ ବୋଲି ସୂଚନା ମିଳିଛିା