ଅଗଷ୍ଟ ୩୧ ପର୍ଯ୍ୟନ୍ତ ପାନ୍ ସହ ଆଧାର ଲିଙ୍କ୍ ହୋଇପାରିବ

99

କନକ ବ୍ୟୁରୋ: ଅଗଷ୍ଟ ୩୧ ପର୍ଯ୍ୟନ୍ତ ଟିକସଦାତାମାନେ ପାନ୍ ସହିତ ସେମାନଙ୍କର ଆଧାର ନମ୍ବରକୁ ଲିଙ୍କ୍ କରାଇପାରିବେ । ସରକାର ବିଜ୍ଞପ୍ତି ଜାରି କରି ଏହା ଜଣାଇଛନ୍ତି । ଜୁଲାଇ ୧ରୁ ପାନ୍-ଆଧାର ଲିଙ୍କ୍ କରିବାକୁ ବାଧ୍ୟତାମୂଳକ କରାଯାଇଛି । କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ କୁହାଯାଇଛି ଯେ ଆଧାର ସହିତ ପାନ୍ ଲିଙ୍କ୍ ହେବା ପରେ ଆୟକର ରିଟର୍ଣ୍ଣର ପ୍ରକ୍ରିୟାକରଣ ହେବ । ପାନ୍ ଏବଂ ଆଧାର କାର୍ଡ ଲିଙ୍କକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଦୂର କରିବା ନିମନ୍ତେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟର ଜରିଆରେ ସ୍ପଷ୍ଟ କରାଯାଇଛି ଯେ ଆୟକର ରିଟର୍ଣ୍ଣର ଇ-ଫାଇଲିଂ ବେଳେ ଆଧାର ନମ୍ବର କିମ୍ବା ଆକନଲେଜମେଣ୍ଟ୍ ନମ୍ବର ଦାଖଲ କରିବା ଯଥେଷ୍ଟ ।