ଜୁନ୍ ୩୦ରୁ ବନ୍ଦ ହେବ ପାନକାର୍ଡ : ଏହି ଉପାୟରେ ଘରେ ବସି କରିପାରିବେ ପାନକାର୍ଡ ସହ ଆଧାର ଲିଙ୍କ

72

ପାନକାର୍ଡ ଆୟକର ବିଭାଗର ସ୍ଥାୟୀ ଖାତା ନମ୍ବର ଏକ ଆବଶ୍ୟକୀୟ ଦସ୍ତାବିଜ । ଆୟକର ରିଟର୍ଣ୍ଣ ଭରିବା ପାଇଁ ହେଉ ଅବା ବ୍ୟାଙ୍କ ଖାତା ଖୋଲିବା ପାଇଁ ହେଉ, ଏହା ଜରୁରୀ । ପ୍ରତ୍ୟେକ ଅର୍ଥନୈତିକ ନେଣଦେଣ ପାଇଁ ପାନକାର୍ଡ ଆବଶ୍ୟକ ହୋଇଥାଏ। ଏପରି କି ସରକାର ସପିଂ ପାଇଁ ବି ପାନକାର୍ଡକୁ ଅନିବାର୍ଯ୍ୟ କରି ଦେଇଛନ୍ତି। ଏପରି କ୍ଷେତ୍ରରେ ଯଦି ଆପଣଙ୍କ ପାନକାର୍ଡ ରଦ୍ଦ ହୋଇଯିବ ତେବେ କ’ଣ କରିବେ। ଜୁନ୍ ୩୦ ସୁଦ୍ଧା ଯଦି ଏହି କାମକୁ ଶେଷ କରି ନାହାଁନ୍ତି ତେବେ ଆପଣଙ୍କ ପାନକାର୍ଡ ରଦ୍ଦ ହୋଇଯିବ ବୋଲି ଶୁଣିବାକୁ ମିଳୁଛି।

ଯଦି ଆପଣ ଏଯାବତ୍ ପାନକାର୍ଡକୁ ଆଧାର ଲିଙ୍କ୍ କରି ନାହାନ୍ତି ତେବେ ଅସୁବିଧାରେ ପଡ଼ି ପାରନ୍ତି। ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟର ଟ୍ୟାକ୍ସ ପାନକୁ ଆଧାର ସହିତ ଯୋଡ଼ିବାର ଶେଷ ସମୟ ସୀମାକୁ ଜୁନ୍ ୩୦ପର୍ଯ୍ୟନ୍ତ ଧାର୍ଯ୍ୟ କରିଥିଲେ। ସିବିଡିଟିି ପକ୍ଷରୁ ଆଧାର ଜରିଆରେ ପାନ୍କୁ ଲିଙ୍କ କରିବାର ତାରିଖକୁ ୪ ଥର ବୃଦ୍ଧି କରାଯାଇ ସାରିଛି। ଅନଲାଇନ୍ ରିଟର୍ଣ୍ଣ ଭରିବା ପାଇଁ ଆପଣଙ୍କୁ ପ୍ରଥମେ ଆଧାର କାର୍ଡ ସହିତ ପାନକୁ ଯୋଡ଼ିବାକୁ ପଡ଼ିବ। ସରକାର ପାନ୍ ସହିତ ଆଧାରକୁ ଯୋଡ଼ିବା ଅନିବାର୍ଯ୍ୟ କରି ଦେଇଛନ୍ତି। ଏପରି ନକରିବା ଦ୍ୱାରା ଆପଣ ଅନଲାଇନ୍ ଆଇଟିଆର୍ ଫାଇଲ କରି ପାରିବେ ନାହିଁ କି ଆପଣଙ୍କ ଟ୍ୟାକ୍ସ ରିଫଣ୍ଡ ହୋଇପାରିବ ନାହିଁ।

ପାନ୍ ସହିତ ଆଧାର ଯୋଡ଼ିବାର ଶେଷ ତାରିଖ ଜୁନ୍ ୩୦ ପର୍ଯ୍ୟନ୍ତ ରହିଛି। ଯଦି ଆପଣ ଏଯାବତ୍ ଲିଙ୍କ୍ କରି ନାହାନ୍ତି ତେବେ ଭବିଷ୍ୟତରେ ଆପଣଙ୍କୁ ବି ବଡ଼ ସମସ୍ୟାର ସାମ୍ନାକୁ କରିବାକୁ ପଡ଼ିପାରେ। ସରକାର ପାଖାପାଖି ୧୧.୪୪ ଲକ୍ଷ ପାନକୁ ବନ୍ଦ କରି ଦେଇଛନ୍ତି ନଚେତ ସେଗୁଡ଼ିକୁ ନିଷ୍କ୍ରିୟ ତାଲିକାଭୁକ୍ତ କରି ଦେଇଥିବା ଜଣାପଡ଼ିଛି। ଜୁନ୍ ୩୦ ତାରିଖ ପୂର୍ବରୁ ଆପଣ ଯଦି ପାନକୁ ଆଧାର ସହିତ ଲିଙ୍କ କରିବେ ନାହିଁ ତେବେ ଆପଣଙ୍କ ପାନକୁ ବି ସରକାର ନିଷ୍କ୍ରିୟ ଶ୍ରେଣୀରେ ପକାଇ ପାରନ୍ତି।
ତେବେ ଏହି ଉପାୟରେ ପାନକାର୍ଡ ସହ ଆଧାର ଲିଙ୍କ କରନ୍ତୁ ।

ଏଠାରେ ଆମେ କହି ରଖୁଛୁ କି, ଯଦି ଆପଣଙ୍କୁ ନାଁରେ କିଛି ପରିବର୍ତ୍ତନ ଆଣିବାକୁ ରହିଛି ତେବେ ଆପଣ ଅସଲି ନାଁ ବାଲା ପେପରର ଏକ ଫଟୋକପି ପୂର୍ବରୁ ହିଁ ନିଜ ପାଖରେ ରଖିବାକୁ ହେବ ।ଯେଉଁଥିରେ ପାସପୋର୍ଟ, ଭୋଟରକାର୍ଡ ଏବଂ ଜନ୍ମ ପ୍ରମାଣପତ୍ର ସାମିଲ ।

• ସର୍ବପ୍ରଥମେ ଆପଣଙ୍କୁ ଏହି https://www.onlineservices.nsdl.com/paam/endUserRegisterContact.html ଲିଙ୍କରେ କ୍ଲିକ୍ କରିବାକୁ ହେବ ।

• ଏହାପରେ ଆପଣଙ୍କ ସାମ୍ନାରେ ଏକ ପେଜ ଖୋଲି ଯିବ । ଯେଉଁଥିରେ ଆପଣଙ୍କୁ Application Typeରେ Change and Correction in Existing PAN dataର ଅପସନ ଉପରେ କ୍ଲିକ୍ କରିବାକୁ ହେବ ।

• ଏବେ କାଟାଗୋରୀରେ INDIVIDUALକୁ ଚୟନ କରିବାକୁ ହେବ ।

• ଏହାପରେ ନିମ୍ନରେ ନଜର ଆସୁଥିବା କଲମରେ ନିଜର ସଠିକ୍ ସୂଚନା ଭରିବାକୁ ହେବ ।

• ମୋବାଇଲ ନମ୍ବର, ଜନ୍ମତାରିଖ, ଇ-ମେଲ ଆଇଡି ଭରିବା ପରେ କ୍ୟାପଚା କୋଡ ବି ଭରିବାକୁ ହେବ । ଏହାପରେ ଏଠାରେ ଥିବା ସବମିଟ୍ ବଟନ ଉପରେ କ୍ଲିକ୍ କରିବାକୁ ହେବ ।

• ଏବେ ଆପଣ ଏକ ନୂଆ ପେଜ ଉପରେ ପହଂଚିବେ , ଯେଉଁଠି ଆପଣଙ୍କୁ ୪ଟି ବିକଳ୍ପ ନଜର ଆସିବ । ଏହି ପେଜରେ ଆପଣଙ୍କୁ ଆଧାର ନମ୍ବର ଏବଂ ପାନନମ୍ବର ଭରିବାକୁ ହେବ । କୌଣସି ବି ପ୍ରକାରର ସୂଚନା ଭରିବା ସମୟରେ ଟିକିଏ ସାବଧାନତା ଅବଲମ୍ବନ କରିବେ , ଯାହାଦ୍ୱାରା କି ପୁଣି ଯେମିତି କୌଣସି ଭୁଲ ନ ହୁଏ ।

• ଏହାପରେ ଆପଣଙ୍କୁ ଜରୁରୀ ପେପରର କପି ସବମିଟ୍ କରିବାକୁ ହେବ ଏବଂ ୧୨୦ ଟଙ୍କା ଦେବାକୁ ହେବ ।

• ଏହାପରେ ଆପଣଙ୍କ ମୋବାଇଲ ନମ୍ବରକୁ ଏକ ଓଟିପି କୋଡ ଚାଲିଆସିବ । ଏବେ ଏହି ଓଟିପିକୁ ସବମିଟ କରିବାକୁ ହେବ । ଏବେ ଆପଣଙ୍କୁ ଏକ ଫର୍ମ ଡାଉନଲୋଡ କରିବାର ବିକଳ୍ପ ମିଳିବ । ଯାହାକୁ ଆପଣ ସେଭ କରିପାରିବେ କିମ୍ବା ପ୍ରିଂଟଆଉଟ୍ ବାହାର କରିପାରିବେ । ତେବେ ଆବେଦନ କରିବା ପରେ ଆପଣ ଦେଇଥିବା ଠିକଣାରେ ପାନକାର୍ଡ ୧୫ ଦିନ ମଧ୍ୟରେ ପହଂଚିଯିବ ।