ପାନ କାର୍ଡ ବିନା ଅଟକିଯିବ ଆପଣଙ୍କ ଏହି ୭ଟି କାମ : ସୁବିଧା ଉଠାଇବା ପାଇଁ ଶୀଘ୍ର କରନ୍ତୁୁ ପାନ କାର୍ଡ

116

ଯଦି ଆପଣ ଏପର୍ଯ୍ୟନ୍ତ ପାନ କାର୍ଡ କରିନାହାନ୍ତି , ତେବେ ନିଶ୍ଚିତ ଭାବେ କରନ୍ତୁ । କାରଣ ବିନା ପାନ କାର୍ଡରେ ଆପଣଙ୍କ ଅନେକ କାମରେ ବାଧା ସୃଷ୍ଟି ହୋଇପାରେ । ଯଦି ଆପଣ କ୍ୟାସ ନେଣଦେଣ କରିବାକୁ ଚାହୁଁଛନ୍ତି କିମ୍ବା ଘର କିଣିବାକୁ ପ୍ରସ୍ତୁତ ହେଉଛନ୍ତି, ତେବେ ଆପଣଙ୍କ ପାଖରେ ପାନକାର୍ଡ ରହିବା ଖୁବ ଜରୁରୀ । ତେବେ ଆଜି ଆମେ ଆପଣଙ୍କୁ କହି ରଖୁଛୁ କି ୭ଟି ଏଭଳି ଜିନିଷ ରହିଛି, ଯେଉଁଠି ପାନ କାର୍ଡ ବିନା କାମ ସଂପୁର୍ଣ୍ଣ କରିବା ହେବ ମୁସ୍କିଲ ।

ମ୍ୟୁଚୁଆଲ ଫଣ୍ଡ : ଆପଣ ୫୦,୦୦୦ ଟଙ୍କା ଓ ତା’ଠାରୁ ଅଧିକ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରୁଛନ୍ତି, କିମ୍ବା ଇନସ୍ୟୁରାନସ ପ୍ରିମିୟମ ଭରୁଛନ୍ତି, ତେବେ ଆପଣଙ୍କ ପାଖରେ ପାନ କାର୍ଡ ହେବା ଜରୁରୀ ।

 

ଶେୟର କିଣିବା : ଯଦି ଆପଣ ଶେୟରରେ ଟଙ୍କା ନିବେଶ କରନ୍ତିି । ତା’ହେଲେ ମଧ୍ୟ ଆପଣଙ୍କ ପାଖରେ ପାନ କାର୍ଡ ହେବା ଜରୁରୀ । ପାଖାପାଖି ୧ ଲକ୍ଷ ଟଙ୍କାରୁ ଅଧିକ ଶେୟର କିଣିବା ପାଇଁ ଏହା ଅନିର୍ବାର୍ଯ୍ୟ ।

ଘର କିଣିବା : ଆପଣ ଘର କିଣିବାକୁ ଚାହୁଁଛନ୍ତି ଓ ଆପଣଙ୍କ ଘରର ଦାମ ୧୦ ଲକ୍ଷ ଟଙ୍କାରୁ ଅଧିକ ହୁଏ, ତା’ହେଲେ ଆପଣଙ୍କ ପାଖରେ ପାନ କାର୍ଡ ଥିବା ଦରକାର ।

ହୋଟେଲ ବିଲ : ଆପଣ ହୋଟେଲରେ ରାତ୍ରି ଭୋଜନ ବା ମଧ୍ୟାହ୍ନ ଭୋଜନ କରୁଛନ୍ତି, ଏବଂ ୫୦ ହଜାରରୁ ଅଧିକ ଟଙ୍କା ବିଲ ପେମେଣ୍ଟ କରୁଛନ୍ତି , ତେବେ ପାନ କାର୍ଡର ଆବଶ୍ୟକ ପଡିବ ।

 

ବିଦେଶ ଯାତ୍ରା : ଆପଣ ବିଦେଶ ଯାତ୍ରା କରୁଛନ୍ତି ଏବଂ ଆପଣ ୫୦,୦୦୦ ଟଙ୍କାରୁ ଅଧିକ କ୍ୟାସରେ ଖର୍ଚ୍ଚ କରୁଛନ୍ତି, ତା’ହେଲେ ବି ପାନ କାର୍ଡ ଜରୁରୀ ।

କ୍ୟାସ ଦେବାନେବା : ଯଦି ଆପଣ ୨ ଲକ୍ଷ ବା ତା’ଠାରୁ ଅଧିକ ଟଙ୍କା ନେଣଦେଣ କରିବାକୁ ଚାହୁଁଛନ୍ତିି, ତା’ହେଲେ ବିନା କାର୍ଡ ଦ୍ୱାରା ଆପଣ କ୍ୟାସ ଦେବାନେବା କରିପାରିବେ ନାହିଁ ।

ବ୍ୟାଙ୍କ ଓ ଡିମ୍ୟାଟ ଆକାଉଂଟ : ବ୍ୟାଙ୍କ ଓ ଡିମ୍ୟାଟ ଆକାଂଉଟର ସୁବିଧା ଉଠାଇବା ପାଇଁ ମଧ୍ୟ ଆପଣଙ୍କୁ ପାନ କାର୍ଡ ଦରକାର ହେବ ।