ପାନ୍ କାର୍ଡ ବିନା ପୂରା ହୋଇପାରିବନି ଏହି ୧୧ଟି କାର୍ଯ୍ୟ ! ଶୀଘ୍ର କରନ୍ତୁ ତିଆରି

53

କନକ ବ୍ୟୁରୋ : ସମସ୍ତ ସରକାରୀ କର୍ଯ୍ୟ ପାଇଁ ବାଧ୍ୟତାମୂଳକ ହେଉଛି ଆଧାରକାର୍ଡ । ତେବେ ଆଧାରକାର୍ଡ ପରି ପାନ୍ କାର୍ଡ ମଧ୍ୟ ଅନେକ କ୍ଷେତ୍ରରେ ବାଧ୍ୟତାମୂଳକ । ଆଧାରକାର୍ଡ ଅଛି ବୋଲି ଭାବି ଯଦି ଆପଣ ପାନ୍ କାର୍ଡ ତିଆରି ନକରିବାକୁ ଭାବୁଥାନ୍ତି ତାହେଲେ ଆପଣ ଭୁଲ୍ । କାରଣ ଏହି ୧୧ଟି କାମ ଆପଣ ପାନ୍ କାର୍ଡ ବିନା କରିପାରିବେ ନାହିଁ ।

ବ୍ୟାଙ୍କ୍ ଆକାଉଂଟ୍ ଖୋଲିବା ସମୟରେ :
current-account-bankକୌଣସି ପ୍ରାଇଭେଟ୍, କୋ ଅପରେଟିଭ୍ ଏବଂ ସରକାରୀ ବ୍ୟାଙ୍କରେ ଖାତା ଖୋଲିବା ପାଇଁ ଆବେଦନ ଫର୍ମରେ ପାନ୍ କାର୍ଡ ସୂଚନା ଦେବା ଅନିବାର୍ଯ୍ୟ । ସେହିପରି କେବଳ ଆକାଉଂଟ୍ ଖୋଲିବା ସମୟରେ ନୁହେଁ ୫୦ହଜାରରୁ ଅଧିକ ଟ୍ରାଞ୍ଜାକ୍ସନ୍ କଲେ ମଧ୍ୟ ପାନ୍ କାର୍ଡ ବାଧ୍ୟତାମୂଳକ । ଅତିରିକ୍ତ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ପାଇଁ ଆବେଦନ କରିବା ସମୟରେ ମଧ୍ୟ ପାନ୍ କାର୍ଡ ବିଷୟରେ ଉଲ୍ଳେଖ କରିବା ବାଧ୍ୟତାମୂଳକ ।

ସମ୍ପତି କିଣା ବିକା ସମୟରେ :
ସେହିପରି ଯଦି ଆପଣ ୫ଲକ୍ଷ କିମ୍ବା ତାଠାରୁ ଅଧିକ ଟଙ୍କାର ସମ୍ପତି କିଣା ବିକା କରୁଛନ୍ତି ତେବେ ପାନ୍ କାର୍ଡ କପି ଜମା କରିବାକୁ ପଡିବ । ଯଦି ଟଏଂଟ୍ ସମ୍ପତି ତାହଲେ ଉଭୟ ପକ୍ଷଙ୍କୁ ପାନ୍ କାର୍ଡ ଜମା କରିବା ଜରୁରୀ ।

ଗାଡି କିଣା ବିକା ସମୟରେ :
ଯଦି ଆପଣ ୫ଲକ୍ଷରୁ ଅଧିକ ଟଙ୍କାର ଯାନ ବାହନ କିଣା ବିକା କରୁଛନ୍ତି ତେବେ ସେଥିପାଇଁ ପାନ୍ କାର୍ଡ ଜରୁରୀ ।

ପୁଂଜି ବିନିଯୋଗ ସମୟରେ :
investmntଟ୍ୟାକ୍ସରୁ ବଂଚିବା ପାଇଁ ଅନେକ ଲୋକ ଟଙ୍କାକୁ ଇଏଲଏସଏସରେ ବିନିଯୋଗ କରିଦିଅନ୍ତି । ସେଥିପାଇଁ ମ୍ୟୁଚୁଆଲ୍ ଫଣ୍ଡରେ ବିନିଯୋଗ ସମୟରେ ପାନ୍ କାର୍ଡ ସୂଚନା ଦେବା ଅନିବାର୍ଯ୍ୟ । ତେବେ ୫୦ହଜାରରୁ ଅଧିକ ପୁଂଜି ନିବେଶ କଲେ ପାନ୍ କାର୍ଡ ଜରୁରୀ । ଏହା ସହ ୧ଲକ୍ଷରୁ ଅଧିକ ସିକ୍ୟୁରିଟି କିଣିବା ସମୟରେ ମଧ୍ୟ ପାନ୍ କାର୍ଡ ବାଧ୍ୟତାମୂଳକ ।

ବିଦେଶ ଯାତ୍ରା ସମୟରେ :
ଯଦି ଆପଣ ବିଦେଶ ଯାତ୍ରା କରୁଛନ୍ତି ଗୋଟିଏ ଦିନରେ ୨୫ହଜାରରୁ ଅଧିକ ଖର୍ଚ୍ଚ କରୁଛନ୍ତି ତେବେ ପାନ୍ କାର୍ଡ କପି ଜମା କରିବା ବାଧ୍ୟତାମୂଳକ ।

ହୋଟେଲରେ ରହିବା ସମୟରେ :
ଯଦି ଆପଣ ଭାରତ କିମ୍ବା ବିଦେଶର କୌଣସି ହୋଟେଲରେ ରହୁଛନ୍ତି ଆଉ ଆପଣଙ୍କ ବିଲ୍ ୨୫ହଜାରରୁ ଅଧିକ ହେଉଛି ତାହେଲେ ପାନ୍ କାର୍ଡ କପି ଜମା କରିବା ବାଧ୍ୟତାମୂଳକ ।

ଡିଲର୍ ଏବଂ ପେମେଂଟ୍ ସମୟରେ :
epay– ଯଦି ଆପଣ କୌଣସି କମ୍ପାନୀର ୫୦ହଜାର ଟଙ୍କାରୁ ଅଧିକ ସେୟାର୍, ବଣ୍ଡସ୍ ଏବଂ ଋଣପତ୍ର କିଣୁଛନ୍ତି ତେବେ ପାନ୍ କାର୍ଡ ଜରୁରୀ ।

– ଆରବିଆଇରେ ପେମେଂଟ୍ ବେଳେ ଜରୁରୀ ପାନ୍ କାର୍ଡ

– ଜୀବନ ବୀମା କରିବା ବେଳେ ଯଦି ୫୦ହଜାରରୁ ଅଧିକ ପ୍ରିମିୟମ୍ ଦେଉଛନ୍ତି ତେବେ ଜରୁରୀ ପାନ୍ କାର୍ଡ ।

– କୌଣସି ଡିଲର୍ ସହ ୫ଲକ୍ଷ କିମ୍ବା ତାଠାରୁ ଅଧିକ ଲେଣଦେଣ କରିବା ସମୟରେ ପାନ୍ କାର୍ଡ କରୁରୀ ।

ସେୟାର୍ ବ୍ରୋକର୍ ସହ ଖାତା ଖୋଲିବା ସମୟରେ :
ସେୟାର୍ ବଜାରରେ ଟ୍ରେଡିଙ୍ଗ୍ ପାଇଁ ସେୟାର୍ ବ୍ରୋକର୍ ସହ ଏକ ଆକାଉଂଟ୍ ଖୋଲିବାକୁ ପଡିଥାଏ । ସେଥିପାଇଁ ପାନ୍ କାର୍ଡ ସୂଚନା ଦେବା ଜରୁରୀ । ଯଦି ଆପଣ ପାନ୍ କାର୍ଡ ନେଇ କୌଣସି ସୂଚନା ନଦିଅନ୍ତି ତେବେ ଆପଣଙ୍କ ଆବେଦନ ପତ୍ର ଖାରଜ ହୋଇଯିବ ।

ଋଣ ନେବା ସମୟରେ :
installment-loans-onlineଯେକୌଣସୀ ବ୍ୟାଙ୍କରେ ଲୋନ୍ ପାଇଁ ଆବେଦନ କଲେ ପାନ୍ କାର୍ଡ କପି ଦେବା ଜରୁରୀ । ଶିକ୍ଷାଋଣ ଠାରୁ ଆରମ୍ଭ କରି ବ୍ୟକ୍ତିଗତ ଲୋନ୍ ପର୍ଯ୍ୟନ୍ତ ସବୁଠାରେ ବାଧ୍ୟତାମୂଳକ ପାନ୍ କାର୍ଡ । ନଚେତ୍ ଆପଣଙ୍କ ଆବେଦନ ପତ୍ର ଖାରଜ ହୋଇଯିବ ।

କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ଆବେଦନ ସମୟରେ :
ସେହିପରି କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ଆବେଦନ ବେଳେ ପାନ୍ କାର୍ଡ ବାଧ୍ୟତା ମୂଳକ । ନଚେତ୍ ଏଠାରେ ବି ଆବେଦନ ପତ୍ର ଖାରଜ ହୋଇଯିବ । ଏହା ଦ୍ୱାରା ଆପଣଙ୍କ କ୍ରେଡିଟ୍ ସ୍କୋର୍ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ଏପରିକି ଭବିଷ୍ୟତରେ ଲୋନ୍ ଏବଂ କ୍ରେଡିଟ୍ କାର୍ଡ ମିଳିବା ସମ୍ଭାବନା ମଧ୍ୟ କମ୍ ହୋଇଯାଇପାରେ ।