ପାଲଲହଡା : ଶତାଧିକ ସ୍କୁଲ ଚାଲିଛି ଝୁପୁଡି ଘରେ : ଭଙ୍ଗା ଘରେ ଗଛ ମୂଳେ ପାଠପଢୁଛନ୍ତି ଛାତ୍ରଛାତ୍ରୀ

43

କନକ ବ୍ୟୁରୋ : ପ୍ରତିଟି ଗାଁରେ ଶିକ୍ଷାର ଆଲୋକ ପହଁଚାଇବା ଲାଗି ପ୍ରଣୟନ ହୋଇଛି ଶିକ୍ଷା ଅଧିକାର ଆଇନ । ଏଥି ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ରହିଛି ଅନେକ ଯୋଜନା । ତେବେ ଏହି ସବୁ ଯୋଜନା ବାଟ ହୁଡିଛି । ଶତାଧିକ ସ୍କୁଲ ଚାଲିଛି ଝୁପୁଡି ଘରେ । ଭଙ୍ଗା ଘରେ ଗଛ ମୂଳେ ପାଠପଢୁଛନ୍ତି ଛାତ୍ରଛାତ୍ରୀ ।

ପାଲଲହଡା ମୁଣ୍ଡରିବେଡା ପଂଚାୟତର ମୁଣ୍ଡା ଗାଁ ପ୍ରାଥମିକ ସ୍କୁଲ । ଏଠି ପଢ଼ିବା ପାଇଁ ଘର ନାହିଁ , ପିଇବା ପାଇଁ ପାନୀୟ ଜଳର ବ୍ୟବସ୍ଥା ନାହିଁ । ଯେଉଁଠି ପାଠପଢା ସେଇଠି ଚାଲିଛି ରୋଷେଇ । ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ୩୧ ଜଣ ଛାତ୍ରଛାତ୍ରୀ ଏଠାରେ ଭଗବାନଙ୍କ ଭରଷାରେ ପାଠ ପଢ଼ୁଛନ୍ତି ।

ଖରା, ବର୍ଷା,ଶୀତରେ ଏଇ ଚାଳ ଛପର ଘରେ ପାଠପଢନ୍ତି ପିଲା । ବିପଦ ସଂକୁଳ ଭାବେ ଭଙ୍ଗା ଚାଳ ଛପର ତଳେ ପାଠପଢୁଥିବା ବେଳେ ଗଛମୂଳେ ମଧ୍ୟାହ୍ନ ଭୋଜନ ଖାଆନ୍ତି । ସ୍କୁଲ ଗୃହ ନେଇ ଗ୍ରାମବାସୀ ବାରମ୍ବାର ଦାବି କରିଥିଲେ ମଧ୍ୟ ଫଳ ଶୂନ । ସେପଟେ ପାଲଲହଡା ବିଧାୟକ ଏନେଇ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରି ଖୁବ ଶୀଘ୍ର ଏଠାରେ ସ୍କୁଲ ଗୃୃହ ନିର୍ମାଣ ହେବ ବୋଲି କହିଛନ୍ତି ।

ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ଆଣିବା ପାଇଁ ସରକାର କରିଚାଲୁଛନ୍ତି ଯୋଜନା ପରେ ଯୋଜନା । ତେବେ ଏ ସବୁ ଯୋଜନା ବାସ୍ତବରେ କେତେ କାର୍ଯକାରୀ ହେଉଛି ତାହା ସ୍କୁଲରୁ ସ୍ପଷ୍ଟ ଅନୁମୟ ।