ଜଟିଳ ହେଉଛି ଆକବର-ପଲ୍ଲବୀ ମିଠୁ ବିବାଦ ! ସହମତିରେ ନୁହେଁ ଆକବର ଜବରଦସ୍ତି ସମ୍ପର୍କ ରଖିଥିବା କହିଲେ ବିଦେଶୀ ସାମ୍ବାଦିକା ।

123

କନକ ବ୍ୟୁରୋ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମଜେ ଅକବରଙ୍କ ଦାବିକୁ ଖଣ୍ଡନ କଲେ ସାମ୍ବାଦିକ ପଲ୍ଲବୀ ଗୋଗୋଇ । ସହମତି ନୁହେଁ ବଳପୂର୍ବକ ତାଙ୍କ ସହ ସର୍ମ୍ପକ ରଖିଥିବା କହିଛନ୍ତି ସାମ୍ବାଦିକ ପଲ୍ଲବୀ ଗୋଗଇ । ଏନେଇ ସେ ଆଜି ଟୁଇଟ କରି ସୂଚନା ଦେଇଛନ୍ତି । ଗତକାଲି ଆମେରିକାରେ ରହୁଥିବା ଭାରତୀୟ ସାମ୍ବାଦିକ ପଲ୍ଲବୀ ଅକବରଙ୍କ ନାଁରେ ଯୌନଶୋଷଣ ଓ ଅସଦାଚରଣ ଅଭିଯୋଗ ଆଣିଥିଲେ । ଟୁଇଟ କରିବା ସହ ତାଙ୍କ ବୟାନ ୱାଶିଙ୍ଗଟନ ପୋଷ୍ଟରେ ମଧ୍ୟ ପ୍ରକାଶ ପାଇଥିଲା । 

ତେବେ ପଲ୍ଲବୀଙ୍କ ଅଭିଯୋଗକୁ ଖଣ୍ଡନ କରି ଆକବର କହିିଥିଲେ କି ଏସିଆନ ଏଜରେ କାମ କରୁଥିବା ସମୟରେ ପଲ୍ଲବୀ ଓ ତାଙ୍କ ମଧ୍ୟରେ ସହମତି ଭିତିରେ ସର୍ମ୍ପକ ଥିଲା । ଏମଜେ ଆକବରଙ୍କ ବିରୋଧରେ ସାମ୍ବାଦିକା ପଲବୀ ଗୋଗୋଇ ଯୌନ ଶୋଷଣ ଅଭିଯୋଗ ଆଣିବା ପରେ ସ୍ୱାମୀଙ୍କ ସମର୍ଥନରେ ବାହାରିଛନ୍ତି ପତ୍ନୀ ମଲ୍ଲିକା । ସେ କହିଛନ୍ତି ପଲ୍ଲବୀ ଆକବରଙ୍କ ସମ୍ପର୍କରେ ଡାହା ମିଛ କହୁଛନ୍ତି । ପଲ୍ଲବୀଙ୍କ ଆଚରଣ ଅତ୍ୟନ୍ତ ବିଶୃଙ୍ଖଳିତ ଥିଲା । ଏବଂ ସେ ତାଙ୍କ ପରିବାରରେ ବିବାଦ ସୃଷ୍ଟି କରିଥିଲେ ବୋଲି ମଲିକା କହିଛନ୍ତି ।