ଅନୁଗୁଳର ପାଲଲହଡାରୁ ଆସିଲା ଗଣଦୁର୍ଷ୍କମ ଅଭିଯୋଗ : ଦୁଇ ସହଯୋଗୀଙ୍କ ସହ ପ୍ରେମିକାକୁ ରାତି ଅଧରେ ଉଠାଇନେଲା ପ୍ରେମିକ

394

କନକ ବ୍ୟୁରୋ : କୋଣାର୍କ ଓ ଗଞ୍ଜାମ ପୋଲସରା ପରେ ଅନୁଗୁଳ ପାଲଲହଡାରୁ ଆସିଲା ଗଣଦୁର୍ଷ୍କମ ଅଭିଯୋଗ । ଦୁଇ ସହଯୋଗୀଙ୍କ ସହ ପ୍ରେମିକାକୁ ରାତି ଅଧରେ ଉଠାଇନେଇ ଦୁଷ୍କର୍ମ କରିଛି ପ୍ରେମିକ । ଦୁଷ୍କର୍ମ ପରେ ଅତି ଅମାନୁଷିକ ଭାବେ ପୀଡିତାଙ୍କୁ ପାହାଡ ତଳେ ଫୋପାଡି ଦେଇ ଚାଲି ଯାଇଥିଲେ ଦୁର୍ବୃତ୍ତ । ତେବେ ବର୍ତ୍ତମାନ ମୁଖ୍ୟ ଅଭିୁଯୁକ୍ତକୁ ଗିରଫ କରିଛି ପୋଲିସ୍ ।

ସୂଚନା ଅନୁସାରେ ପାଲଲଡହଡ଼ାର ଥାନାର ଝିମିରିପାଲି ଗାଁର ଜଣେ ଯୁବକ, ଯୁବତୀଙ୍କୁ ୫ ବର୍ଷ ଧରି ଭଲପାଉଥିଲେ । ଗତ ୩୦ ତାରିଖ ଦିନ ୩.୩୦ରେ ସେ ପ୍ରେମିକାକୁ ଡାକିଥିଲେ । କିନ୍ତୁ ପ୍ରେମିକା ଅଭିଯୁକ୍ତ ପାଖକୁ ଯିବାପାଇଁ ମନା କରିବାରୁ ଦୁଇ ଜଣ ସହଯୋଗୀ ସହ ତାଙ୍କୁ ଉଠାଇନେଇଥିଲେ । ଆଉ ଏକ ପାହାଡ଼ ତଳେ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଅଭିଯୁକ୍ତ ଜଣକ ହେଲା କାଳିଆ ମହାକୁଳ । ତେବେ ଘଟଣା ପରେ ଯୁବତୀ ଜଣକ ପାଲଲହଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଯୁବତୀ ଜଣଙ୍କୁ ଏକଥା ପ୍ରଘଟ କଲେ ତାଙ୍କୁ ଜୀବନରେ ମାରିଦେବେ ବୋଲି ମଧ୍ୟ ୩ ଅଭିଯୁକ୍ତ ଧମକ ଦେଇଥିଲେ । ଯୁବତୀଙ୍କୁ ଏବେ ଡାକ୍ତରମାଇନା ପଠାଯାଇଛି । ତେବେ ପୋଲିସ କାଳିଆ ମହାକୁଳକୁ ଗିରଫ କରଛି ହେଲେ ୨ ସହଯୋଗୀ ଏବେ ଫେରାର ଅଛନ୍ତି । ତେବେ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ଏବେ ଛାନଭିନ୍ ଜାରି ରଖିଛି ।

ଅନ୍ୟପଟେ କୋଣାର୍କରେ ଜଣେ ବଙ୍ଗୀୟ ଯୁବତୀକୁ ଦୀର୍ଘ ୧୦ଦିନ ବନ୍ଦ ଘରେ ରଖି ଗଣଦୁଷ୍କର୍ମ ମାମଲାକୁ ୨୦ ଦିନ ବିତିଯାଇଥିଲେ ବି ଏଯାଏ ପୋଲିସ ହାତ ଖାଲି ରହିଛି । ଏହି ମାମଲାରେ କାହାକୁ ଧରିବାରେ ସଫଳ ହୋଇନି ପୋଲିସ୍ । କେବଳ ଘର ମାଲିକକୁ ଗିରଫ କରିବାରେ ଅଟକି ଯାଇଛି କୋଣାର୍କ ପୋଲିସ୍ । ସେହିଭଳି ଗଞ୍ଜାମ ପୋଲସରାରେ ଚୋରମାନେ ଚୋରି କରିବା ପରେ ୮ବର୍ଷର ନାବାଳିକାକୁ ଗୁରୁବାର ଘରୁ ଉଠାଇ ନେଇ ଦୁଷ୍କର୍ମ କରିବା ମାମଲାରେ କାହାକୁ ଗିରଫ କରିପାରିନି ପୋଲିସ୍ । ୫ଟି ଟିମ୍ ଗଠନ କରି ତଦନ୍ତ ଜାରି ରଖିବା ସହ ୮ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ ।