ପାଲଲହଡା : ଅନ୍ନଦାତା ଆବ୍ରୋ ଚିଟଫଣ୍ଡ ସଂସ୍ଥାର ଫିଲଡ ଅଫିସର ଚିନ୍ମୟ ପଣ୍ଡା ଗିରଫ

22

କନକ ବ୍ୟୁରୋ : ଅନ୍ନଦାତା ଆବ୍ରୋ ଚିଟଫଣ୍ଡ ସଂସ୍ଥାର ଫିଲଡ ଅଫିସର ଚିନ୍ମୟ ପଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପାଲଲହଡା ପୋଲିସ । ଯାଜପୁର ଜିଲ୍ଲା ପାଣି କୋଇଲି ଅଂଚଳରୁ ଚିନ୍ମୟକୁ ପୋଲିସ ଗିରଫ କରିଛି । ଅନ୍ନଦାତା ଆବ୍ରୋ ସଂସ୍ଥା, ପାଲଲହଡା ଅଂଚଳର ଚାଷୀଙ୍କୁ ସବସିଡିରେ ଟ୍ରାକ୍ଟର ଓ ପାୱାର ଟିଲର ଯୋଗାଇ ଦେବ ବୋଲି ଚାଷୀଙ୍କୁ ପ୍ରଲୋଭନ ଦେଖାଇଥିଲା ।

୫୦ରୁ ଅଧିକ ଚାଷୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିବା ପରେ କଂପାନୀ କାର୍ଯ୍ୟାଳୟରେ ତାଲା ପକାଇ ୫ଜଣ ଅଧିକାରୀ ଫେରାର ହୋଇଯାଇଥିଲେ । ତେବେ କଂପାନୀର ଫିଲଡ ଅଫିସର ଚିନ୍ମୟ ପଣ୍ଡା ଗିରଫ ହେବା ପରେ ପାଲଲହଡା ଥାନାରେ କ୍ଷତିଗ୍ରସ୍ତ ଚାଷୀଙ୍କ ଉପସ୍ଥିତିରେ ପୋଲିସ ତଦନ୍ତ କରିଛି ।