ରାତି ଅଧରେ ଦୁର୍ବୃତଙ୍କ ଉନ୍ମତକାଣ୍ଡ । ଭାଙ୍ଗି ଦେଲେ ପଳାସୁଣୀ ପ୍ରାଚୀବିହାରରେ ପାର୍କିଂ ହୋଇଥିବା ଏକାଧିକ ଗାଡିର କାଚ

ରାତି ଅଧରେ ଦୁର୍ବୃତଙ୍କ ଆତଙ୍କରାଜ

180

କନକ ବ୍ୟୁରୋ : ରାତି ଅଧରେ ଦୁର୍ବୃତଙ୍କ ଆତଙ୍କରାଜ । ବିଳମ୍ବିତ ରାତିରେ ଭୁବନେଶ୍ୱର ପଳାଶୁଣୀ ପ୍ରାଚୀ ବିହାର ଇଶାନେଶ୍ୱର ମନ୍ଦିର ଗଳିରେ ଘଟିଛି ଏହି ଘଟଣା । ଏ ନେଇ ସ୍ଥାନୀୟ ଲୋକେ ଥାନାରେ ଏତଲା ଦେବା ପରେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଦୁଇଜଣ ଯୁବକ ବାଇକରେ ଆସି ଏହି କାଣ୍ଡ ଭିଆଇଛନ୍ତି । ଦୁର୍ବୃତମାନେ ପାଖାପଖି ୨୦ରୁ ଅଧି ଗାଡି ଭାଙ୍ଗିଦେଇଛନ୍ତି ।

ପଳାସୁଣୀ ପ୍ରାଚୀବିହାରରେ ଏଭଳି ଘଟଣା କିଛି ନୂଆ କଥା ନୁହେଁ । ପୂର୍ବରୁ ଇନଫୋସିଟି ଥାନା, କାନନବିହାର, ମାରୁତି ଭିଲ୍ଲା ଅଂଚଳରେ ମଧ୍ୟ ସମାନ ଢଙ୍ଗରେ କାର ଭଙ୍ଗାରୁଜା କରିଥିଲେ । ଏ ନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ବି ପୋଲିସ କାହାରିକୁ ଗିରଫ କରିପାରିନାହିଁ । ବିଶେଷକରି ଯେଉଁମାନେ ରାସ୍ତା ଉପରେ କାର ବା ଅଟୋ ରଖୁଛନ୍ତି ସେହି ଅଂଚଳକୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ ।

Comments are closed.