ଛାତ୍ରୀ ମୃତ୍ୟୁକୁ ନେଇ ପଲାସା ଗାଁ ରେ ଦେଖାଦେଇଛି ଉତ୍ତେଜନା : ମୃତଦେହ ନେଇ ଯାଇଥିବା ଆମ୍ବୁଲାନ୍ସକୁ ଅଟକ ରଖିଲେ ଗ୍ରାମବାସୀ

54

କନକ ବ୍ୟୁରୋ : ଛାତ୍ରୀ ମୃତ୍ୟୁକୁ ନେଇ ଦେଖାଦେଇଛି ଉତ୍ତେଜନା । ଏପରିକି ମୃତ ଦେହ ନେଇ ଯାଇଥିବା ଆମ୍ବୁଲାନ୍ସକୁ ଗ୍ରାମବାସୀମାନେ ଅଟକ ରଖିଥିଲେ ବୋଲି ଜଣାପଡିଛି । ତେବେ ଘଟଣାଟି ଘଟିଛି ନବରଙ୍ଗପୁର ଝରିଙ୍ଗା ବ୍ଲକରେ । ଝରିଗାଁ ର ପଲାସା ଗ୍ରାମର ଉର୍ମିଳା ହରିଜନ ନାମକ ଜଣେ ଛାତ୍ରୀ ଭୁବନେଶ୍ୱରର ସର୍ବେଶ୍ୱର ଯୁକ୍ତ ଦୁଇ ବିଜ୍ଞାନ କଲେଜରେ ପାଠପଢୁଥିଲେ । ତେବେ ସେହି କଲେଜରେ ପାଠ ପଢିବା ସମୟରେ ହଷ୍ଟେଲରେ ରହୁଥିଲେ । ତେବେ ଉର୍ମିଳାଙ୍କୁ ଜ୍ୱର ହୋଇଥିବା କଲେଜ କର୍ତ୍ତୃପକ୍ଷ ପରିବାରକୁ ସୂଚନା ଦେଇଥିଲେ । ପରେ ସୂଚନା ପାଇବା ପରେ ଉର୍ମିଳାଙ୍କ ବାପା ଝିଅକୁ ଘରକୁ ନେବା ପାଇଁ ଭୁବନେଶ୍ୱର ଆସିଥିଲେ । ତେବେ ତାଙ୍କ ବାପାଙ୍କ କହିବା ଅନୁସାରେ ଭୁବନେଶ୍ୱରରେ ପାଠପଢୁଥିବା କଲେଜପେ ଯେତେବେଳେ ପହଞ୍ଚିଲେ ସେତେବେଳେ ତାଙ୍କ ଝିଅ ପ୍ରାଣ ହରାଇଥିବା କଲେଜ କର୍ମଚାରୀ କହିଥିଲେ ।

ତେବେ ଭୁବନେଶ୍ୱର ବିଷୟରେ କିଛି ଜାଣିନଥିବା ହେତୁ ଝିଅକୁ ପଲସା ଗ୍ରାମକୁ ନେବା ପାଇଁ ବାପା କହିଥିଲେ । ତେବେ କଲେଜ କର୍ମଚାରୀ ଓ ଉର୍ମିଳାଙ୍କ ବାପା ଏକ ଆମ୍ବଲାନ୍ସରେ ପଲସ ଗ୍ରାମକୁ ଯାଇଥିଲେ । କେବେ ଗ୍ରାମରେ ପହଞ୍ଚିବା ପରେ କଲେଜ କର୍ମଚାରୀ ଗ୍ରାମ ଭିତରକୁ ନଯାଇ ଗ୍ରାମ ବାହାରେ ରହିଥିଲେ । ସେମାନେ ନ ଯିବାରୁ ଗ୍ରାମରେ ଥିବା ଲୋକମାନେ ସେମାନଙ୍କୁ ଅଟକ ରଖିବା ସହ ଶବ ନେଇ ଯାଇଥିବା ଆମ୍ବୁଲାନ୍ସକୁ ମଧ୍ୟ ଅଟକ ରଖିଥିଲେ । କେବେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହେବାରୁ ଖବରପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସକୁ ଗ୍ରାମବାସୀଙ୍କ କବଳରୁ ମୁକ୍ତ କରିଥିଲେ । ପରେ କଲେଜ କର୍ମଚାରୀଙ୍କୁ ଥାନାରେ ପଚରା ଉଚରା କରିବାରୁ ସେମାନେ କହିଥିଲେ ଯେ, ଉର୍ମିଳାଙ୍କୁ ମ୍ୟାଲେରିଆ ଜର ହୋଇଥିଲା । ତେଣୁ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଆମ୍ବୁଲାନ୍ସ ଡ୍ରାଇଭର କହିଛନ୍ତି ଯେ ସେ ଉର୍ମିଳାଙ୍କୁ କଲେଜରୁ ଆଣିଥିଲେ । କାହାର କାହା କଥା ସହ ତାଳମେଳ ନଥିବାରୁ ପରିବାର ପକ୍ଷରୁ କଲେଜ କର୍ମଚାରୀଙ୍କ ଉପରେ ସଂନ୍ଦେହ କରୁଛନ୍ତି । କଲେଜ କର୍ମଚାରୀଙ୍କ ଅବହେଲା ଲାଗି ଝିଅର ମୃତ୍ୟୁ ହୋଇଥିବା ଅଭିଯୋଗ । ତେବେ ସମସ୍ତ ଘଟଣାର ତଦନ୍ତ ହେବ ବୋଲି ସ୍ଥାନୀୟ ପୋଲିସ କହିଛି ।