ପାଲାନିସ୍ୱାମୀ ହେବେ ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ : ସଂଖ୍ୟା ଖେଳରେ ପନିରସେଲଭମଠୁ ଆଗରେ

22

କନକ ବ୍ୟୁରୋ : ତାମିଲନାଡୁ ରାଜନୀତି ସରଗରମ । ଆଜି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଶଶିକଳାଙ୍କ ଅନୁଗତ ପାଲାନିସ୍ୱାମୀ । ତାଙ୍କ ପାଖରେ ୧୨୪ ଜଣ ବିଧାୟକଙ୍କ ସମର୍ଥନ ଥିବା ନେଇ ସେ ରାଜ୍ୟପାଳଙ୍କୁ ତାଲିକା ଦେଇସାରିଛନ୍ତି । ଅନ୍ୟପଟେ ପନିରସେଲଭମଙ୍କ ପାଖରେ ମାତ୍ର ୮ ଜଣ ବିଧାୟକଙ୍କ ସମର୍ଥନ ରହିଥିବା ସେ ସୂଚନା ଦେଇଛନ୍ତି ।

ତେଣୁ ପାଲାନିସ୍ୱାମୀଙ୍କୁ ସରକାର ଗଢିବାକୁ ରାଜ୍ୟପାଳ ଡାକିବେ ବୋଲି ସୂଚନା ମିଳିଛି । ଶଶିକଳାଙ୍କୁ ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଦଣ୍ଡାଦେଶ ହେବାରୁ ସେ ପାଲାନିସ୍ୱାମୀଙ୍କୁ ବିଧାୟକ ଦଳ ନେତା ଭାବେ ମନୋନୀତ କରିଥିଲେ । ଦୀର୍ଘ ଦିନ ଧରି ରାଜ୍ୟରେ ଲାଗିରହିଥିବା ରାଜନୈତିକ ଅସ୍ଥିରତା ଦୂର ହେବା ସମ୍ଭାବନା ସୃଷ୍ଟି ହୋଇଛି ।