ଏଣିକି ରାଜ ଉଆସରେ କାଟି ପରିବେ ରାତି ! ୧୦୦ ବର୍ଷ ପୁରୁଣା ରାଜମହଲକୁ ହେରିଟେଜ୍ ହୋଟେଲ କରିବା ପାଇଁ ପର୍ଯ୍ୟଟନ ବିଭାଗର ଯୋଜନା

76

କନକ ବ୍ୟୁରୋ : ଏଣିକି ରାଜ ଉଆସରେ କାଟି ପାରିବେ ରାତି । ୧୦୦ ବର୍ଷର ପୁରୁଣା ରାଜମହଲକୁ ହେରିଟେଜ ହୋଟେଲରେ ପରିଣତ କରିବା ପାଇଁ ପର୍ଯ୍ୟଟନ ବିଭାଗ ଯୋଜନା ଆରମ୍ଭ କରିଛି । ପ୍ରାଥମିକ ପର୍ଯ୍ୟାୟରେ ୯ଟି ରାଜପ୍ରାସାଦକୁ ଏହି ଯୋଜନାରେ ସାମିଲ କରିବା ପାଇଁ ଯୋଜନା କରାଯାଇଥିବାବେଳେ ୩ଟି ରାଜପରିବାରରୁ ମିଳିଛି ସବୁଜ ସଙ୍କେତ ।

ଆଳି । କେନ୍ଦ୍ରାପଡା ଜିଲ୍ଲାର ଆଳି ରାଜପ୍ରାସଦ ୧୫୯୦ ମସିହାରେ ନିର୍ମାଣ କରାଯାଇଥିଲା । ଏହି ପୁରାତନ ରାଜପ୍ରାସଦ ରହିଛି ଆଳି ରାଜପରିବାରର ଦାୟଦ ବ୍ରଜକେଶରୀ ଦେବଙ୍କ ଅଧୀନରେ । ଏହାକୁ ହେରିଟେଜ ସୁଟରେ ପରିଣତ କଲେ ଭିତରକନିକା, ଟପ୍ପୁ, ବଳଦେବଜୀଉ ମନ୍ଦିର ବୁଲି ଆଳି ପ୍ୟାଲେସରେ ରାତି କାଟି ହେବ ।

ନିଳଗିରି । ହଜାର ବର୍ଷ ପୁରୁଣା ନିଳଗିରି ରାଜପ୍ରାସାଦ । ବର୍ତ୍ତମାନ ଏଠାରେ ଥିବା ରାଜପରିବାର ରାଜମହଲକୁ ହେରିଟେଜ ସାଇଟ୍ କରିବା ପାଇଁ ମଞ୍ଜୁରି ଦେଇଛନ୍ତି । ତେବେ ଢେଙ୍କାନାଳ ରାଜପରିବାର ପ୍ରଥମ ରାଜବଂଶ ଭାବେ ପର୍ଯ୍ୟଟନଙ୍କ ପାଇଁ ଦ୍ୱାର ଖୋଲିଛି । ଢେଙ୍କାନାଳର ଗଜଲକ୍ଷ୍ମୀ ପ୍ୟାଲେସରେ ଏବେ ୧୨ଟି ବ୍ୟବସ୍ଥିତ ରୁମ୍ ରହିଛି ।

ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏହି ସବୁ ରାଜପରିବାରଙ୍କୁ ସବସିଡି ଆଧାରରେ ଲୋନ ଦେବେ । ଏହି ଲୋନ ଜରିଆରେ ହେରିଟେଜ ସୁଟ୍ କରାଯିବ । ଏନେଇ ଟୁରିଜିମ ବଜାରରେ ବ୍ୟାପକ ପ୍ରସାର ଚାଲିଛି । ବିଗତ କିଛି ବର୍ଷ ହେବ ଏହି ରାଜପ୍ରାସଦ ଆଂଶିକ ଭାବେ ଭାଙ୍ଗି ଯାଇଛି । ଏଗୁଡିକ ସଜାଡି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରି ପର୍ଯ୍ୟଟନ ଶିଳ୍ପ ବୃଦ୍ଧି କରିବା ଲକ୍ଷ୍ୟରେ ରାଜ୍ୟ ସରକାର । ଏହି ରାଜପ୍ରାସାଦ ସବୁ ହେରିଟେଜ ଟୁରିଜିମରେ ସ୍ଥାନ ପାଇଛି ।