ଭାରତକୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଧମକ ! କହିଲେ, ଭାରତର ଯୁଦ୍ଧ ଋଣନୀତିକୁ ପ୍ରତିହତ କରିବା ପାଇଁ ଆମ ପାଖରେ ଅଛି ପରମାଣୁ ଅସ୍ତ୍ର

37

କନକ ବ୍ୟୁରୋ : ପୁଣି ଭାରତକୁ ନାଲି ଆଖି ଦେଖାଇଛି ପାକିସ୍ତାନ । ଭାରତକୁ ପରମାଣୁ ଅସ୍ତ୍ରର ଧମକ ଦେଇଛି ପାକିସ୍ତାନ । ଏଥର କିନ୍ତୁ ଖୋଦ୍ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶାହିଦ ଆବାସି ଏଭଳି ଧମକ ଦେଇଛନ୍ତି । ଆମେରିକାରେ ଫରେନ ରିଲେସନ କାଉନସିଲରେ ଗୁରୁବାର ଭାରତକୁ ଏଭଳି ଧମକ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ଭାରତର ନୂଆ ଯୁଦ୍ଧ ଷ୍ଟ୍ରାଟେଜି କୋଲ୍ଡ ଷ୍ଟାର୍ଟ ଡ୍ରକଟ୍ରିନକୁ ମୁକାବିଲା କରିବା ପାଇଁ ପାକିସ୍ତାନ ସ୍ୱଳ୍ପ ଦୂରଗାମୀ ପରମାଣୁ ବୋମା ନିର୍ମିତ କରିଛି । ଏହାସହ ଭାରତର ଏହି ଷ୍ଟ୍ରାଟେଜିକୁ ଆପଣାଇଛି ପାକିସ୍ତାନ ।

pmତା ଛଡା ଅନେକ ସମୟରେ ପାକିସ୍ତାନର ପରମାଣୁ ଅସ୍ତ୍ରାଗାରର ସୁରକ୍ଷାକୁ ନେଇ ମଧ୍ୟ ଆର୍ନ୍ତଜାତୀୟ ସମୁଦାୟ ପ୍ରଶ୍ନ ଉଠାଇଛନ୍ତି । ପାକିସ୍ତାନରେ ବୃଦ୍ଧି ପାଉଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ଲକ୍ଷ୍ୟ କଲେ କେତେବେଳେ ଯେ ପରମାଣୁ ଅସ୍ତ୍ରଶସ୍ତ୍ର ଉପରେ ଆତଙ୍କବାଦୀ ମାନେ କବଜା କରିନେବେ ତାହା କହିବା ମୁସ୍କିଲ । ଏଭଳି କ୍ଷେତ୍ରରେ ଏହା ପୂରା ବିଶ୍ୱକୁ ବିପଦ ମୁହଁଙ୍କୁ ଟାଣି ଆଣିବ । ତେବେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । ଏହି ଆଲୋଚନାରେ ସେ କହିଛନ୍ତି, ପାକିସ୍ତାନ ତାର ପରମାଣୁ ଅସ୍ତ୍ରଶସ୍ତ୍ର ରକ୍ଷା କରିବାକୁ ସକ୍ଷମ । ପାକିସ୍ତାନର ନୃୁକ୍ଲିୟର କମାଣ୍ଡ ଅଥରିଟି (ଏନସିଏ) ଉପରେ ଏବେ ପରମାଣୁ ଅସ୍ତ୍ରଶସ୍ତ୍ର ସୁରକ୍ଷାର ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଏବଂ ଏହି ଦାୟିତ୍ୱକୁ ବେଶ୍ ସୂଚାରୁ ରୂପେ ପାଳନ କରୁଛି ଏନସିଏ । ତେବେ ଭାରତ ସହ ସାମ୍ଭାବ୍ୟ ଯୁଦ୍ଧକୁ ଲକ୍ଷ୍ୟ କରି କ୍ଷୁଦ୍ର ଦୂରଗାମୀ ପରମାଣୁ ଅସ୍ତ୍ରକୁ ବିକଶିତ କରୁଛି ପାକିସ୍ତାନ । ଆଉ ଏହି ସବୁ ପରମାଣୁ ଅସ୍ତ୍ରଶସ୍ତ୍ର ଉପରେ ପାକିସ୍ତାନ ସରକାରଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି ।

missileପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହିଦ ଆବାସି କହିଛନ୍ତି, ପାକିସ୍ତାନ ବିଶ୍ୱର ଦାୟିତ୍ୱସମ୍ପନ୍ନ ଦେଶ । ଏହାଛଡା ଦୀର୍ଘଦିନ ଧରି ଆତଙ୍କବାଦ ବିରୋଧରେ ଲଢେଇ କରୁଥିବା ଦେଶ ମଧ୍ୟରୁ ଅନ୍ୟତମ ଦେଶ ହେଉଛି ପାକିସ୍ତାନ । ଦୀର୍ଘ ୧୫ ବର୍ଷ ଧରି ଆତଙ୍କବାଦୀଙ୍କ ସହ ଲଢେଇ କରୁଛି ପାକିସ୍ତାନ । ତେଣୁ ପାକିସ୍ତାନ ଉପରେ ସନ୍ଦେହ କରିବାର କୌଣସି ଆବଶ୍ୟକତା ନାହିଁ । ତେବେ ବିଶ୍ୱ ସ୍ତରରେ ପାକିସ୍ତାନକୁ ନେଇ ହେଉଥିବା ଆଲୋଚନା ବନ୍ଦ ହେବା ଆବଶ୍ୟକ । ଆମ ପାଖରେ ପରମାଣୁ ଅସ୍ତ୍ର ରହିଛି ଏବଂ ଏହାକୁ କିପରି ସୁରକ୍ଷା ଦିଆଯିବ ସେ ନେଇ ଅନ୍ୟ କେହି ଆଲୋଚନା କରିବା ଆବଶ୍ୟକ ନାହିଁ ବୋଲି କହିଛନ୍ତି ଶାହିଦ । । ପାକିସ୍ତାନ ୬୦ ଦଶକରୁ ପରମାଣୁ କାର୍ଯ୍ୟକ୍ରମ ଆରମ୍ଭ କଲାଣି ଏବଂ ଏଭଳି ଅଭିଯାନକୁ ୫୦ ବର୍ଷ ପୂରି ସାରିଲାଣି । ଦୀର୍ଘ ୫୦ ବର୍ଷ ଧରି ଯେଉଁ ଦେଶ ପରମାଣୁ ଅସ୍ତ୍ରକୁ ସୁରକ୍ଷା ଦେଇପାରିଛି ଆଗକୁ ମଧ୍ୟ ସୁରକ୍ଷା ଦେଇ ପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଶାହିଦ ଆବାସି । ତେଣୁ ପାକିସ୍ତାନକୁ ନେଇ ହେଉଥିବା ଆଲୋଚନା ବନ୍ଦ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।

କଣ ଏହି କୋଲ୍ଡ ଷ୍ଟାର୍ଟ ଡ୍ରକଟ୍ରିନ ଷ୍ଟ୍ରାଟେଜି : ଏହା ଭାରତୀୟ ସେନାର ଏକ ନୂଆ ଯୁଦ୍ଧ କୌଶଳ । ଏହି ନୂଆ ଷ୍ଟ୍ରାଟେଜି ଅନୁଯାୟୀ, ଯଦି ପାକିସ୍ତାନ ସୈନ୍ୟ ଭାରତ ଉପରେ ହଠାତ ୍ ପରମାଣୁ ଆକ୍ରମଣ କରେ ତେବେ ଏହି ଷ୍ଟ୍ରାଟେଜି ଆପଣାଇବ ଭାରତ । ଏହି ଷ୍ଟ୍ରାଟେଜି ଅନୁଯାୟୀ, ପରମାଣୁ ଆକ୍ରମଣର ଜବାବ ଦେବା ପାଇଁ ଭାରତୀୟ ସେନା ମଧ୍ୟ ପରମାଣୁ ଆକ୍ରମଣ କରିପାରିବ । ଏଥିପାଇଁ ସେନାକୁ ପୂର୍ବରୁ ମଞ୍ଜୁରୀ ମିଳିଛି । ଏଥିପାଇଁ କାହାର ନିର୍ଦ୍ଦେଶକୁ ଅପେକ୍ଷା କରାଯିବ ନାହିଁ । ଏହି ଷ୍ଟ୍ରାଟେଜିକୁ ଭାରତୀୟ ସେନା ଦ୍ୱାରା ବିକଶିତ କରାଯାଇଛି । ପାକିସ୍ତାନ ସହ ସାମ୍ଭବ୍ୟ ଯୁଦ୍ଧକୁ ପ୍ରତିହତ କରିବା ପାଇଁ ଏଭଳି ଉପାୟ ଅବଲମ୍ବନ କରିଛି ଭାରତୀୟ ସେନା ।