ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟର ଦାବି ଭାରତ ତିଆରି କରୁଛି ଗୁପ୍ତ ପରମାଣୁ ସହର

29

କନବ ବ୍ୟୁରୋ : ଭାରତ ତିଆରି କରୁଛି ଗୁପ୍ତ ପରମାଣୁ ସହର । ଏଭଳି ଦାବି କରିଛି ପାକିସ୍ତାନର ବିଦେଶ ମନ୍ତ୍ରାଳୟ । ଭାରତର ଦକ୍ଷିଣାଂଚଳରେ ଭାରତ ଗୁପ୍ତରେ ପରମାଣୁ ସହର ନିର୍ମାଣ କରୁଥିବା କହିଛନ୍ତି ପାକ୍ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ନଫିସ ଜକାରିଆ । ତେବେ ପାକିସ୍ତାନର ଏପରି ଦାବିକୁ କେବଳ କପୋଳକଳ୍ପିତ ବୋଲି କହିଛନ୍ତି ଭାରତର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ବିକାଶ ସ୍ୱରୂପ ।