ପାକିସ୍ତାନର ଶିଶୁକୁ ଭାରତରେ ମିଳିଲା ନୂଆ ଜୀବନ ! ତିକ୍ତ ସଂପର୍କ ଭିତରେ ମାନବିକତା ଦେଖାଇଲା ଭାରତ

64

ପାକିସ୍ତାନ ଲାହୋରର ଜଣେ ୪ମାସର ପିଲା ପାଇଛନ୍ତି ନୂଆ ଜୀବନ । ଡାକ୍ତରମାନେ ଏଠାରେ ଏକ ଗମ୍ଭୀର  ହୃଦୟ ରୋଗର ସଫଳତାପୂର୍ବକ ଚିକିତ୍ସା କରି ପିଲାଟିକୁ ଦେଇଛନ୍ତି ବଂଚେଇ । ଶିଶୁ ରୋହାନ ଯେତେବେଳେ ପାଂଚ ଦିନର ଥିଲେ ସେତେବେଳେ ଏହାକୁ ହାଇପୋପ୍ଲାଷ୍ଟିକ୍ ଲେଫ୍ଟ ହାର୍ଟ ସିଣ୍ଡ୍ରୋମ୍ ( ଏଚଏଲଏଚଏସ୍) ଭଳି ଭୟଙ୍କର ରୋଗ ହୋଇଥିଲା । ଏହି ହୃଦୟ ରୋଗ ଏମିତି ଯେ ଭ୍ରୂଣର ବିକଶିତ ହେବା ସହ ହୃଦୟ ମାଧ୍ୟମରେ ସାମାନ୍ୟ ରକ୍ତ ପ୍ରବାହକୁ ପ୍ରଭାବିତ କରିଥାଏ । ଏହାର ମାତାପିତା  ଚିକିତ୍ସା ଭିସା ପ୍ରାପ୍ତ କରିବା ପାଇଁ ଟ୍ୱିଟରରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହ ସଂପର୍କ କରିଥିଲେ ।

ଏହାପରେ ରୋହାନଙ୍କୁ ପାକିସ୍ତାନରୁ ଜେପି ହସ୍ପିଟାଲରୁ ଅଣାଯାଇଥିଲା । ଯେତେବେଳେ ସେ ୧ ମାସର ଥିଲେ । ଏବଂ ଏହାର ଓଜନ ଥିଲା  ମାତ୍ର ୨.୧ କିଲୋଗ୍ରାମ୍ ।ଜେପି ହସ୍ପିଟାଲର  ପେଡିଆଟ୍ରିକ୍ କାର୍ଡିଓଲୋଜି ଡିପାର୍ଟମେଂଟର ନିର୍ଦ୍ଦେଶକ ରାଜେଶ ଶର୍ମା  ଗୁରୁବାର ଦିନ ଏକ ବୟାନରେ କହିଥିଲେ , ‘ରୋହନ ଏକ ଗମ୍ଭୀର ଜନ୍ମଜାତ  ହୃଦୟ ରୋଗରେ ପୀଡିତ ଥିଲା, ଏହାର ଜୀବନ ପୁରା ଅସୁବିଧାରେ ଥିଲା । କାରଣ ଏହାର ବାମ ପଟ ହୃଦୟ ବିକଶିତନଥିଲା । ’ ଶର୍ମା କହିଛନ୍ତି , ‘ଏହି ଶିଶୁର ଫୁସଫୁସରେ ପ୍ରେସର ବହୁତ ଜୋରରେ ଉପରକୁ ଯାଉଥିଲ।। ପ୍ରଥମ ମାସରେ ରୋହନ ଲମ୍ବା ଶ୍ୱାସ ନେଉଥିଲେ ଏବଂ ଶରୀରର ଓଜନ ବଢୁନଥିଲା । କିଛି ଦିନ ପରେ ଚିକିତ୍ସକମାନେ ୧୦ ଘଂଟାର ସର୍ଜରୀ ପରେ , ଶିଶୁକୁ ଆଇସିୟୁରେ ସ୍ଥାନାନ୍ତରିତ କରିଦେଇଥିଲେ । ଯେଉଁଠି ଘଂଟାଙ୍କ ପରେ  ଏହାର ହୃଦୟ କ୍ରିୟା ଧୀମା ହୋଇଯାଇଥିଲା ଏବଂ ରକ୍ତଚାପ ବିଗିଡି ଯାଇଥିଲା ।  ଶିଶୁକୁ  ପାଂଚ ଦିନ ପରେ ଇସିଏମଓରୁ ହଟାଇଦିଆଯାଇଥିଲା । ଏବଂ ଦୁଇ-ଡି ପ୍ରତିଧ୍ୱନୀ ବିଶ୍ଳେଷଣର ଅନୁସାରେ ଭଲ କାମ କରିବା ଆରମ୍ଭ କଲା । ’ଏହାପରେ ଏହି ଶିଶୁକୁ ଟ୍ରଚୋଷ୍ଟୋମୀ ସୁବିଧା ଦିଆଯାଇଥିଲା । ଏହାପରେ  ଯେତେବେଳେ ସେ ଠିକ୍ ହେବାରେ ଲାଗିଥିଲେ ତ ୧୫ ଦିନର ସର୍ଜରୀ ପରେ ସାଧାରଣ ୱାର୍ଡକୁ ସ୍ଥାନାନ୍ତରିତ କରିଦିଆଗଲା । ଆଉ ମଧ୍ୟ ଶର୍ମା କହିଛନ୍ତି , ୧୦୦୦ ପିଲାଙ୍କ ମଧ୍ୟରେ ଜଣେ ଏପରି ଗମ୍ଭୀର ହୃଦରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଯେଉଁ ରୋଗରେ ରୋହାନ ପୀଡିତ ଥିଲା । ସେ କେବଳ ଗୋଟିଏ ମାସର ଥିଲା ଯେତେବେଳେ ଆମେ ଏହାର ଚିକିତ୍ସା ଆରମ୍ଭ କରିଥିଲୁ । କିନ୍ତୁ ସର୍ଜରୀରେ ୫ରୁ ୧୦ ପ୍ରତିଶତ ବିପଦ ଥିଲା । ପାକ୍ତରମାନେ କହିଛନ୍ତି , ‘ରୋହାନ ଏବେ ସୁସ୍ଥ ଆଡକୁ ଗତି କରୁଛନ୍ତି । ଏବଂ ଖୁବ୍ ଶୀଘ୍ର ଘରକୁ ଫେରିଯିବ । ’

(ସୌଜନ୍ୟ-ଜନସତ୍ତା)