ଓମ୍ ପୁରୀଙ୍କ ଅତୃପ୍ତ ଆତ୍ମା ! ପ୍ରତିଶୋଧ ନେବା ପାଇଁ ଅଭିନେତାଙ୍କ ଭୂତ ବୁଲୁଥିବାର ଦାବି କରିଛି ପାକିସ୍ତାନ

49

ଓମ୍ ପୁରୀଙ୍କ ଅତୃପ୍ତ ଆତ୍ମା । ପ୍ରତିଶୋଧ ନେବା ପାଇଁ ବୁୁଲୁଛି ଏହି ବର୍ଷିୟାନ୍ ଅଭିନେତାଙ୍କ ଭୂତ । ଯାହାର ଦୃଶ୍ୟ କଏଦ୍ ହୋଇଛି କ୍ୟାମେରାରେ । ଏହାକୁ ଦାବିର ସହ କହିଛି ପାକିସ୍ତାନର ଏକ ଘରୋଇ ଟିଭି ଚ୍ୟାନେଲ୍ । ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା ଅଜିତ୍ ଦୋଭଲଙ୍କ ଠାରୁ ପ୍ରତିଶୋଧ ନେବାକୁ ଓମ୍ ପୁରୀଙ୍କ ଆତ୍ମା ମୁମ୍ବାଇସ୍ଥିତ ନିଜ ଘରେ ବୁଲୁଥିବାର ଦାବି କରିଛନ୍ତି ପାକିସ୍ତାନୀ ନ୍ୟୁଜ୍ ଉପସ୍ଥାପକ ଆମୀର୍ ଲିଆକତ୍ ।

ଚ୍ୟାନେଲ୍ ଦ୍ୱାରା ଜାରି କରାଯାଇଥିବା ଏହି ଭିଡିଓ ଫୁଟେଜରେ ଦେଖିବାକୁ ମିଳିଛି ଜଣେ ବ୍ୟକ୍ତି ଧଳା କୁର୍ତ୍ତା ପିନ୍ଧି ବୁଲୁଛନ୍ତି । ତେବେ ଓମ୍ ପୁରୀ ଅଜିତ୍ ଦୋଭଲଙ୍କୁ କାହିଁକି ମାରିବାକୁ ଚାହୁଛନ୍ତି ଏହାର କାରଣ ମଧ୍ୟ କହିଛି ଉକ୍ତ ଚ୍ୟାନେଲ୍ । ଆମୀର୍ ଲିଆକତଙ୍କ କହିବା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅଜିତ୍ ମିଳିତ ଭାବରେ ଯୋଜନା କରି ଓମ୍ ପୁରୀଙ୍କୁ ମାରିଛନ୍ତି । କାରଣ ଉରୀ ଆକ୍ରମଣ ପରେ ପାକିସ୍ତାନୀ ଅଭିନେତାଙ୍କୁ ବଲିଉଡ ବ୍ୟାନ୍ କରିବା ଉପରେ ବିବାଦୀୟ ବୟାନ୍ ଦେଇଥିଲେ ଓମ୍ ପୁରୀ । ତେବେ ଭିଡିଓଟି ଜାନୁଆରୀ ମାସରେ ଓମ୍ ପୁରୀଙ୍କ ମୃତ୍ୟୁ ପରେ ପାକିସ୍ତାନ ଜାରି କରାଯାଇଥିଲା । ଏବେ ପୁଣି ଏହାକୁ ଆଜ୍ ତକ୍ ସାମ୍ନାକୁ ଆଣିଛି ।