ଅଟାରୀ –ୱାଘା ସୀମାରେ ବିଟିଙ୍ଗ୍ ରିଟ୍ରିଟ୍ କାର୍ଯ୍ୟକ୍ରମ ସମୟରେ ପାକିସ୍ତାନ ସୈନ୍ୟଙ୍କ ମୁଣ୍ଡରୁ ଖସିଲା ପଗଡି ! ସୋସିଆଲ୍ ମିଡିଆରେ ଲୋକେ କହିଲେ ପଗଡି ସମ୍ଭାଳିପାରୁନ କାଶ୍ମୀର ନେବା କଥା ଭାବୁଛ ।

331

ଅଟାରୀ –ୱାଘା ସୀମାରେ ପ୍ରତିଦିନ ସନ୍ଧ୍ୟାରେ ବିଟିଙ୍ଗ୍ ରିଟ୍ରିଟ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଏ । ଏହି ସମୟରେ ଦୁଇ ଦେଶର ସୈନ୍ୟ ପୁରା ଜୋସ୍ ରେ ଆକ୍ରମଣ ମୁଦ୍ରାରେ ପରେଡ୍ କରିଥାନ୍ତି । କିନ୍ତୁ ଏବେ ସୋସିଆଲ୍ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ବିଟିଙ୍ଗ୍ ରିଟ୍ରିଟ୍ କାର୍ଯ୍ୟକ୍ରମ ସମୟରେ ପାକିସ୍ତାନ ସୈନ୍ୟଙ୍କ ଜୋସ୍ ତାଙ୍କ ଉପରେ ହିଁ ଭାରୀ ପଡିଯାଇଛି । ପରେଡ୍ ସମୟରେ ପାକ୍ ସୈନ୍ୟଙ୍କ ଗୋଡ ଆଗପଛ ହେବାରୁ ତାଙ୍କ ପଗଡି ତଳେ ପଡିଯାଇଥିଲା । ଏହାପରେ ତାଙ୍କ ପାଖରେ ଥିବା ଅନ୍ୟ ଜଣେ ଯବାନ ତାଙ୍କୁ ସମ୍ଭାଳିଥିଲେ ଏବଂ ପଡିବାରୁ ବଂଚାଇଥିଲେ ।

ଏହି ଘଟଣା ସହ ଜଡିତ ହୋଇଥିବା ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ତେବେ ଏହି ଭିଡିଓ କେଉଁ ସମୟର ତାହା ଜଣାପଡିନାହିଁ । କିନ୍ତୁ ଲୋକମାନେ ପାକିସ୍ତାନ ସୈନ୍ୟଙ୍କ ଖୁବ୍ ମଜା ଉଡାଉଛନ୍ତି । ଏହି ଭିଡିଓ ଭାଇରାଲ୍ ହେବାପରେ ପାକ୍ ନ୍ୟୁଜ୍ ଚ୍ୟାନେଲରେ ମଧ୍ୟ ଏହି ଭିଡିଓ ଦେଖାଯାଇଛି । ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଉଭୟ ଦେଶରୁ ହଜାର ହଜାର ଲୋକ ଆସିଥାନ୍ତି ଏବଂ ଏହି ସମୟରେ ଉଭୟ ଦେଶର ଲୋକେ ନିଜ ଦେଶକୁ ସମର୍ଥନ କରି ନାରା ଲଗାଇଥାନ୍ତି । ବିଟିଙ୍ଗ୍ ରିଟ୍ରିଟ୍ କାର୍ଯ୍ୟକ୍ରମ ୧୫୬ ସେକେଣ୍ଡ ପର୍ଯ୍ୟନ୍ତ ଚାଲିଥାଏ । ଏହି ସମୟରେ ଦୁଇ ଦେଶର ଯବାନ ମାର୍ଚ୍ଚ କରି ସୀମା ପାଖକୁ ଆସିଥାନ୍ତି । ପାକ୍ ତରଫରୁ ରେଞ୍ଜର୍ସ ଏବଂ ଭାରତର ବିଏସଏଫ୍ ଯବାନ୍ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥାନ୍ତି । ଦୁଇ ଯବାନ ସାମ୍ନାସାମ୍ନି ହୋଇ ଆକ୍ରମଣମୁଦ୍ରାରେ ଗୋଡ ଉଠାଇଥାନ୍ତି । ଏହି ସମୟରେ ପାକ୍ ସୈନ୍ୟଜଣକ ଏତେ ଜୋରରେ ଗୋଡ ଉଠାଇଲେ ଯେ ତାଙ୍କ ପଗଡି ତଳକୁ ପଡିଯାଇଥିଲା ।