ସ୍ୱାଧୀନତା ଦିବସ ଅବସରରେ ସୀମାପାରରୁ ଭାରତୀୟ ଯବାନଙ୍କ ପାଇଁ ଆସିଲା ମିଠେଇ : ଶାନ୍ତି ବଜାୟ ରଖିବାକୁ ପାକିସ୍ତାନ ଦେଲା ବିଶ୍ୱାସ ।

65

ଆଜି ଭାରତର ପୁରପଲ୍ଲୀରେ ଖୁବ୍ ଶୃଙ୍ଖଳାର ସହିତ ସ୍ୱାଧୀନତା ଦିବସ ପାଳନ ହେଉଥିବା ବେଳେ ଆସନ୍ତାକାଲି ପଡୋଶୀ ଦେଶ ପାକିସ୍ତାନର ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି । ତେବେ ସ୍ୱତନ୍ତ୍ରତା ଦିବସରେ ଆରଏସପୁରା ଏବଂ ପରଗବାଲ୍ ସେକ୍ଟରରେ ଉଭୟ ଭାରତୀୟ ବିଏସଏଫ୍ ଯବାନ ଏବଂ ପାକିସ୍ତାନୀ ରେଞ୍ଜର୍ସଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା । ଏହି ସାକ୍ଷାତରେ ପାକିସ୍ତାନୀ ରେଞ୍ଜର୍ସଙ୍କୁ ଭାରତୀୟ ଯବାନ୍ ମିଠେଇ ଖୁଆଇଥିଲେ ଏବଂ ପାକିସ୍ତାନୀ ରେଞ୍ଜର୍ସ ମଧ୍ୟ ଭାରତୀୟ ଯବାନଙ୍କୁ ମିଠେଇ ଖୁଆଇ ଦୁଇଦେଶ ମଧ୍ୟରେ ଶାନ୍ତି ବଜାୟ ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ ।

ସୂଚନା ମୁତାବକ, ଆରଏସପୁରା ସେକ୍ଟରରେ ଜିରୋ ଲାଇନରେ ବିଏସଏଫର ୭୮ ତମ ବାହିନୀର କମ୍ପାନୀ କମାଣ୍ଡର ଅମୋଦଙ୍କ ସହ ଅନ୍ୟ ଅଧିକାରୀମାନେ ପାକିସ୍ତାନର ୭୨ ତମ ସ୍ୱାଧୀନତା ଦିବସରେ ପାକିସ୍ତାନୀ ରେଞ୍ଜର୍ସ ଡିଏସଆର ମୁଜାମିଲ୍ ସହ ଅନ୍ୟ ଅଧିକାରୀଙ୍କୁ ମିଠେଇର ଆଦାନ-ପ୍ରଦାନ କରିଥିଲେ । ଏହି ସାକ୍ଷାତରେ ପାକିସ୍ତାନ ତରଫରୁ ଡିଏସଆର ସମେତ ସାତଟି ରେଞ୍ଜର୍ସ ଏବଂ ବିଏସଏଲଫ୍ ତରଫରୁ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ସମେତ ଆଠ ଯବାନ୍ ସାମିଲ୍ ରହିଥିଲେ ।