ରିଟ୍ରିଟ୍ ଉତ୍ସବରେ ପାକିସ୍ତାନ ହେଲା ଲଜ୍ଜାର ଶିକାର ! ହାତରୁ ଖସିଲା ବନ୍ଧୁକ , ଲୋକ କହିଲେ ବନ୍ଧୁକ ସମ୍ଭାଳିପାରୁନ ପାକ୍ କ’ଣ ସମ୍ଭାଳିବ ।

453

ଭାରତ-ପାକିସ୍ତାନ ଭିତରେ ହେଉଥିବା ରିଟ୍ରିଟ୍ ଉତ୍ସବରେ ପାକ୍ ରେଞ୍ଜର୍ ବନ୍ଧୁକ ତଳେ ପକାଇଦେବାର ଫଟୋ ଏବେ ସୋସିଆଲ୍ ସାଇଟରେ ଭାଇରାଲ୍ ହେଉଛି । ଏହି ଘଟଣା ସମୟରେ ସେଠାରେ ଉପସ୍ଥିତ ଥିବା ଶହ ଶହ ଭାରତୀୟ ଭାରତ ମାତା ଜୟ ଜୟକାର କରିଥିଲେ । ଫାଜିଲ୍କା ସ୍ଥିତ ଭାରତ-ପାକିସ୍ତାନ ଭିତରେ ରିଟ୍ରିଟ୍ ଉତ୍ସବ ଆୟୋଜନ ହୋଇଥିଲା ।

ଏହି ଉତ୍ସବରେ ପାକିସ୍ତାନୀ ରେଞ୍ଜର୍ସ ଭାରତୀୟ ରେଞ୍ଜର୍ସଙ୍କ କୌଶଳ ଦେଖିବା ପରେ ଏହାର ଜବାବରେ ନିଜର କୌଶଳ ଦେଖାଇଥିଲେ ଏବଂ ସେତେବେଳେ ତାଙ୍କ ହାତରୁ ବନ୍ଧୁକ ଖସିଯାଇ ତଳେ ପଡିଯାଇଥିଲା । ଏହାପରେ ସେଠାରେ ଉପସ୍ଥିତ ଥିବା ଶହ ଶହ ଭାରତୀୟ ଭାରତ ମାତା କି ଜୟ ଜୟକାର କରିଥିଲେ । ଲୋକଙ୍କ ତାଳିରେ ବୋର୍ଡର ପ୍ରକମ୍ପିତ ହୋଇଉଠିଥିଲା ଏବଂ ଯବାନଙ୍କ ଉତ୍ସାହକୁ ଦୁଇଗୁଣା ବଢାଇଥିଲା । ଉପସ୍ଥିତ ଥିବା ଲୋକ କହିଥିଲେ ଯେ ବନ୍ଧୁକ ସମ୍ଭାଳି ପାରୁନାହଁ ପାକିସ୍ତାନ କ’ଣ ସମ୍ଭାଳିବ?