ଭାରତରେ ଆସିନି ନିର୍ବାଚନ ଫଳାଫଳ । ହେଲେ ପାକିସ୍ତାନୀ ମିଡିଆରେ ଛାଇଗଲାଣି ମୋଦି ଭୟ

2,104

କନକ ବ୍ୟୁରୋ: ରାତିପାହିଲେ ଆସିବ ଦେଶରେ ସାଧାରଣ ନିର୍ବାଚନର ଫଳାଫଳ । ହେଲେ ପାକିସ୍ତାନୀ ମିଡିଆରେ ଛାଇଗଲାଣି ମୋଦି ଭୟ । ଅନେକ ପାକ୍ ଗଣମାଧ୍ୟମରେ ମୋଦି ପୁଣି ଥରେ ଭାରତରେ ଶାସନ କ୍ଷମତାକୁ ନଫେରନ୍ତୁ, ସେ ନେଇ ଖବର ପ୍ରକାଶ ପାଇଛି । ପିଏମ୍ ମୋଦିଙ୍କୁ ନେଇ ପାକିସ୍ତାନର ଏପରି ମନୋଭାବ , ଭାରତରେ କିନ୍ତୁ ଚର୍ଚା ସୃଷ୍ଟି କରିଛି ।

ଆସନ୍ତାକାଲି ଦେଶରେ ଆସିବ ସାଧାରଣ ନିର୍ବାଚନର ରାୟ । ସମସ୍ତଙ୍କ ଅପେକ୍ଷା କିଏ କରିବ ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ରରେ ସରକାର ? ଠିକ୍ ଏତିକି ବେଳେ ପାକିସ୍ତାନୀ ମିଡିଆରେ ମଧ୍ୟ ମୋଦିଙ୍କୁ ନେଇ ଜୋରଦାର ଚର୍ଚା ଦେଖିବାକୁ ମିଳିଛି । ତେବେ ପାକିସ୍ତାନୀ ମିଡିଆକୁ ଘାରିଲାଣି ମୋଦି ଭୟ । ଏକଜିଟ୍ ପୋଲ୍ ଆକଳନରେ ମୋଦି ପୁଣି ଥରେ ସରକାର ଗଠନ କରିବେ ବୋଲି ତଥ୍ୟ ଆସୁଥିବା ବେଳେ ଛାନିଆ ହେଲାଣି ପାକିସ୍ତାନ । ପାକିସ୍ତାନର ସବୁଠାରୁ ଲୋକପ୍ରିୟ ଖବରକାଗଜ ‘ଡନ୍’ ରେ ପାକିସ୍ତାନର ବିଶିଷ୍ଟ ରାଜନୈତିକ ସମୀକ୍ଷକଙ୍କ ଲେଖାରୁ ଏହା ସ୍ପଷ୍ଟ ହୋଇଯାଇଛି ô । ପାକିସ୍ତାନରେ ସଭିଏଁ ଆଶା କରିଛନ୍ତି ଭାରତକୁ ପୁଣି ନଫେରୁ ମୋଦି ସରକାର ।

ଏବେ ବି ଡରାଉଛି ସର୍ଜିକାଲ ଷ୍ଟ୍ରାଇକ୍ । ମୋଦିଙ୍କ ନାଁ ଶୁଣିଲେ ଡରୁଛନ୍ତି ପାକିସ୍ତାନୀ । ସର୍ଜିକାଲ ଷ୍ଟ୍ରାଇକ୍ ପରଠାରୁ ମୋଦିଙ୍କ ନାଁ ପାକିସ୍ତାନରେ ଛାନିଆ ସୃଷ୍ଟି କରିଛି । ପାକିସ୍ତାନର ସାଧାରଣ ଲୋକେ ବି ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ପରଠୁ ଭୟଭୀତ ହୋଇଛନ୍ତି । ସେଥିପାଇଁ ମୋଦି ପୁଣି କ୍ଷମତାକୁ ଫେରିବା ନେଇ ସେମାନେ ବି ଡରୁଛନ୍ତି ।

ପାକିସ୍ତାନର ଲୋକପ୍ରିୟ ଖବରକାଗଜ ‘ଡନ’ରେ ପାକିସ୍ତାନର ବିଶିଷ୍ଟ ରାଜନୈତିକ ସମୀକ୍ଷକ ଜାହିଦ୍ ହୁସେନ୍ ଲେଖିଛନ୍ତି , ୨୦୧୪ରେ ମୋଦି ଅର୍ଥନୈତିକ ଏଜେଣ୍ଡାକୁ ଧରି ବିପୁଳ ଜନସମର୍ଥନ ପାଇଥିଲେ । ଏଥର ମୁଦ୍ଦା କରିଛନ୍ତି ରାଷ୍ଟ୍ରୀୟ ସୁରକ୍ଷାକୁ । ପୁଣି ଥରେ କ୍ଷମତାକୁ ଫେରିଲେ ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଜୀବନ ଦୁର୍ବିସହ ହୋଇଯିବ । ପାକିସ୍ତାନୀ ମିଡିଆରେ ଏପରି ରିପୋର୍ଟ ଏବେ ପାକିସ୍ତାନୀଙ୍କ ମଧ୍ୟରେ ମୋଦୀଙ୍କ ନେଇ ସୃଷ୍ଟି ହୋଇଥିବା ଭୟକୁ ପଦାକୁ ଆଣିଛି ।