ପୁଣି ଚର୍ଚ୍ଚାରେ କରାଚୀ ପତ୍ରକାର ଚାନ୍ଦ୍ ନୱାବ୍ ! ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ରିପୋଟିଙ୍ଗ୍ ଭିଡିଓ ।

30

ପାକିସ୍ଥାନୀ ପତ୍ରକାର ଚାନ୍ଦ୍ ନୱାବ୍ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଆପଣଙ୍କ ମନେଥିବ ସଲମାନ ଖାନ୍ ଅଭିନୀତ ବଲିଉଡ୍ ସିନେମା “ବଜରଙ୍ଗୀ ଭାଇଜାନ୍”ରେ ନୱାଜୁଦ୍ଦିନ୍ ସିଦ୍ଦକି ଏହି ରିପୋର୍ଟରଙ୍କ ଚର୍ଚ୍ଚିତ ଏକ ଭିଡିଓର ସିନକୁ ସୁଟ୍ କରି ଦର୍ଶକଙ୍କୁ ମନୋରଞ୍ଜନ କରିଥିଲେ । ଆପଣ ଭାବୁଥିଲେ ଯେ ଏହା ଏକ ଫିଲ୍ମର ଦୃଶ୍ୟ କିନ୍ତୁ ଅସଲ କଥା ହେଉଛି ଚାନ୍ଦ୍ ନୱାବ ନାମକ ଏହି ରିପୋର୍ଟର ରେଳ ଷ୍ଟେସନରେ ଏହି ରିପୋର୍ଟକୁ କଭର୍ କରିଥିଲେ । ଯାହା ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା ଏବଂ ଏହି ଦୃଶ୍ୟକୁ ସିନେମାରେ ମଧ୍ୟ ସ୍ଥାନ ଦିଆଯାଇଥିଲା ।

ତେବେ ଏହା ତ ପୁରୁଣା କଥା । ଅସଲ କଥା ହେଉଛି ଚାନ୍ଦ ନୱାବଙ୍କର ଆଉ ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଏହି ଭିଡିଓରେ ସେ ଏକ ପାନ ଦୋକାନରେ ଠିଆ ହୋଇ ରିପୋର୍ଟିଙ୍ଗ କରୁଛନ୍ତି କିନ୍ତୁ ସେ ଯେଉଁଭଳି ଭାବରେ ଉପସ୍ଥାପନ କରୁଛନ୍ତି ଏବଂ ପାଖରେ ଥିବା ଲୋକ ଯେଉଁଭଳି ଭାବରେ ପ୍ରତିକ୍ରିୟା ଦେଉଛନ୍ତି ତାହାକୁ ଦେଖି ତାହାକୁ ଦେଖି ସୋସିଆଲ୍ ମିଡିଆରେ ହସର ମାହୋଲ୍ ସୃଷ୍ଟି ହୋଇଯାଇଛି । ଏହି ଦେଢ ମିନିଟର ଭିଡିଓଟି ଖୁବ୍ ଲୋକପ୍ରିୟ ହୋଇଗଲାଣି । ଯଦି ଆପଣ ଏହି ଭିଡିଓ ଦେଖି ନାହାନ୍ତି ତେବେ ଦେଖିନିଅନ୍ତୁ ।