ପାକିସ୍ତାନର ପରାଜୟ ପରେ କାନ୍ଦିଲେ ପ୍ରଶଂସକ : କହିଲେ ପିଜ୍ଜା, ବର୍ଗର ଖାଇବାରେ ବ୍ୟସ୍ତ, ଖେଳିବେ କେମିତି ? ଭିଡିଓ ହେଲା ଭାଇରାଲ 

1,302

ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ରବିବାର ଖେଳାଯାଇଥିବା ମ୍ୟାଚ ଲୋକଙ୍କୁ ଯେତେ ରୋମାଂଚିତ କରିଛି । ସେତେ ହିଁ ପାକିସ୍ତାନର ହାରିବା ପରେ ସୋସିଆଲ ମିଡିଆରେ ମଜାକ୍ ହୋଇଛି । ବିଶ୍ୱକପ ମୁକାବିଲାରେ ପାକିସ୍ତାନକୁ ପରାଜୟ ମିଳିବା ପରେ ରାଗିଲେ ଫ୍ୟାନ୍ସ । ମିମ ସହିତ ପାକିସ୍ତାନ କ୍ରିକେଟ ଫ୍ୟାନଙ୍କ ଏକ କାନ୍ଦିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଦେଖନ୍ତୁ ଭିଡିଓ

ଏହି ଭିଡିଓରେ ଫ୍ୟାନ ପାକିସ୍ତାନୀ କ୍ରିକେଟ ଟିମ ଉପରେ କ୍ରୋଧ ଜାହିର କରି କହିଛନ୍ତି କି, “ଟିମ୍ ର ସମସ୍ତ ଖେଳାଳି ମ୍ୟାଚ ସମୟରେ ବର୍ଗର ଓ ପିଜ୍ଜା ଖାଉଥିଲେ । ମ୍ୟାଚ ଜିତିବା ପାଇଁ ରଣକୌଶଳ ତିଆରି ନକରି ଏମାନେ ମ୍ୟାଚ ସମୟରେ ପିଜ୍ଜା, ବର୍ଗର ଖାଉଥିଲେ । ଯଦି ଏଗୁଡା ଖାଇବେ, ତେବେ ଫିଟନେସର ଧ୍ୟାନ କେମିତି ରଖିବେ ?” ଦେଖନ୍ତୁ ଭିଡିଓ