ଗିରଫ ହେବେ ନୱାଜ ! ପାକିସ୍ଥାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାଁରେ ଜାରି ହେଲା ଗିରଫ ପରୱାନା

23

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ନାଁରେ ଗିରଫ ୱାରେଂଟ ଜାରି କରାଯାଇଛି । ଏକ ଦୁର୍ନୀତି ମାମଲାରେ କୋର୍ଟଙ୍କ ବାରମ୍ବାର ନୋଟିସ ପରେ ବି ସରିଫ କୋର୍ଟରେ ଅନୁପସ୍ଥିତ ରହିବାରୁ ତାଙ୍କ ନାଁରେ ଗିରଫ ୱାରେଂଟ ଜାରି କରଯାଇଥିବା ଜଣାପଡିଛି । ଲଣ୍ଡନରେ ସରିଫଙ୍କ ସ୍ତ୍ରୀଙ୍କ ଚିକିତ୍ସା ଚାଲିଛି । ତେଣୁ ନୱାଜ ସରିଫଙ୍କୁ ହାଜରରୁ ଛାଡ କରିବା ଲାଗି ସରିଫଙ୍କ ଓକିଲ କୋର୍ଟରେ ଆବେଦନ କରିଥିଲେ । କିନ୍ତୁ ଓକିଲ ଏହାକୁ ଅଗ୍ରାହ୍ୟ କରିଥିଲେ । ନଭେମ୍ବର ୩ରେ ମାମଲାର ପରବର୍ତୀ ଶୁଣାଣି ହେବ ।

ପାକିସ୍ତାନର ଆଇନ ଅନୁସାରେ ପରବର୍ତୀ ଶୁଣାଣି ଯାଏଁ କୋର୍ଟ ଜାମିନ ନଦେଲେ ସରିଫ ଗିରଫ ହୋଇପାରନ୍ତି । ନୱାଜ ସରିଫଙ୍କ ବିରୋଧରେ ପାକିସ୍ତାନରେ ଦୁର୍ନୀତି ମାମଲା ଚାଲିଛି । କୋର୍ଟଙ୍କ ବାରମ୍ବାର ସମନ ସତ୍ୱେ ସେ ହାଜର ହେଉନାହାନ୍ତି । ଆଗାମୀ ଶୁଣାଣି ପୂର୍ବରୁ ସରିଫଙ୍କୁ ଜାମିନ ନମିଳିଲେ ପାକିସ୍ତାନ ନିୟମ ଅନୁସାରେ ବିଦେଶରୁ ଫେରିବା ମାତ୍ରେ ତାଙ୍କୁ ଗିରଫ କରାଯିବ । ବିଦେଶରେ ସମ୍ପତି ଲୁଚାଇବା ଅଭିଯୋଗରେ ତାଙ୍କ ସରିଫ ନାଁରେ ତିନୋଟି ମାମଲାର ଶୁଣାଣି ବେଳେ ସରିଫ କୋର୍ଟରେ ଅନୁପସ୍ଥିତ ଥିଲେ । ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ୬୭ ବର୍ଷିୟ ସରିଫଙ୍କୁ ଅଯୋଗ୍ୟ ଘୋଷଣା କରିବା ପରେ ସେ ପ୍ରଧାନମନ୍ତ୍ରୀ ପଦରୁ ଜୁଲାଇ ମାସରେ ଇସ୍ତଫା ଦେଇଥିଲେ ।