ଜଳନ୍ଧରରୁ ପାକିସ୍ତାନୀ ନାଗରିକ ଗିରଫ ! ପାଂଚ ବର୍ଷରେ ପାଂଚଥର ଭାରତ ଆସିଛି

60

କନକ ବ୍ୟୁରୋ : ଜଣେ ପାକିସ୍ତାନୀ ନାଗରିକକୁ ଗତକାଲି ପଞ୍ଜାବ ପୋଲିସ୍ ଗିରଫ କରିଛି । ଗିରଫ ଯୁବକ ପାକିସ୍ତାନର ନନକାନା ସାହିବର ଏହସାନ ଉଲ ହକ୍ । ପଂଚାବ ପୋଲିସ୍ ଆଏସଆଇ ଏଜେଂଟ ସନ୍ଦେହରେ ତାକୁ ଗିରଫ କରିଛି । ଏହସାନର ବୟସ ୫୭ ବର୍ଷ । ଏହସାନ ପାଂଚ ବର୍ଷରେ ପାଂଚ ଥର ଭାରତ ଆସିଥିବା ପଞ୍ଜାବ ପୋଲିସ୍ କହିଛି । ଏହସାନର ଗିରଫ ନେଇ ସ୍ପେଶାଲ ବ୍ରାଂଚ ଏସିପି ମନପ୍ରୀତ ସିଂହ ପ୍ରତିକ୍ରିୟା ରଖିଛନ୍ତି । ଏହସାନ ନାଁରେ ଆଇପିସି ୪୨୦,୪୧୯,୪୭୧ରେ ଏବଂ ଧାରା ୧୪ ଆଧାରରେ ମାମଲା ରୁଜୁ ହୋଇଛି । ତଦନ୍ତ ଜାରି ରହିଛି । ତଦନ୍ତ ପରେ ତଥ୍ୟ ଆଧାରରେ ମାମଲା ଚାଲିବ ।

ଏହସାନ କହିବା ଅନୁସାରେ ପଂଚାବ ସହିଦଭଗତ ସିଂହ ନଗର ଅଂଚଳର ମୁକୁନ୍ଦପୁର ଗାଁରେ ବଲବିନ୍ଦର କୌରକୁ ୨୦୧୨ରେ ବିବାହ କରିଥିଲା । ଦୁହିଁଙ୍କର ଫେସବୁକ ମାଧ୍ୟମରେ ପରିଚିତ ହୋଇଥିଲା । ଏହସାନ ୩୦ ଅଗଷ୍ଟ ୨୦୧୭ରେ ପଞ୍ଜାବ ଆସିଥିଲା । ତଦନ୍ତ ସମୟରେ ତାର ଭିସାର ବୈଧତା ୨୯ ନଭେମ୍ବରରେ ୨୦୧୭ରେ ସରିଥବା ଜାଣିବାକୁ ପାଇଥିଲା ପଞ୍ଜବ ପୋଲିସ୍ । ପରେ ପୋଲିସର ଛାନଭିନ କରି ଜାଣିବାକୁ ପାଇଥିଲା ଯେ ଏହସାନ ୨୦୧୨ରୁ ୨୦୧୭ ମଧ୍ୟରେ ପାଂଚ ଥର ଭାରତ ଆସିଛି ।

ସୂଚନା ଅନୁସାରେ ଏହସାନ ୨୦୦୬ରେ ଜଣେ ଅଷ୍ଟ୍ରେଲିଆ ମହିଳାଙ୍କୁ ବିବାହ କରିଥିଲା । ଦୁହିଁଙ୍କର ସାଉଦିଆରବରେ ସାକ୍ଷାତ ହୋଇଥିଲା । ବିବାହ ପରେ ଏହସାନ ଅଷ୍ଟ୍ରେଲିଆର ନାଗରିକତ୍ୱ ମଧ୍ୟ ଗ୍ରହଣ କରିଥିଲା । କିନ୍ତୁ ୨୦୦୯ରେ ଏହସାନ ଅଷ୍ଟ୍ରେଲିଆ ମହିଳାଙ୍କୁ ତଲାକ ଦେଇଥିଲେ ।

ପଞ୍ଜାବ ପୋଲିସ୍ ଜାଣିବାକୁ ପାଇଛି ୨୦୧୫ରେ ଏହାସାନ ଜାଲ ଆଧାର ଓ ପ୍ୟନ କାର୍ଡ କରି ଜଳନ୍ଧରର ଅଲିପୁର ଗାଁରେ ଗୋଟିଏ ଜମି କିଣିଥିଲା । ସେପଟେ ଏହାସାନ କିପରି ଆଧାର ଓ ପ୍ୟାନ କାର୍ଡ ପାଇଲା ତାର ତଦନ୍ତ ହେବ ବୋଲି କହିଛି ପଞ୍ଜାବ ପୋଲିସ୍ ।