କାଶ୍ମୀର ନିୟନ୍ତ୍ରଣ ସୀମାରେଖାରେ ଲଗାତାର ଚୁତର୍ଥ ଦିନ ଲାଗି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ ! ସେନାର କଡା ଜବାବ,ସ୍କୁଲ-କଲେଜ ବନ୍ଦ

23

କନକ ବ୍ୟୁରୋ : କାଶ୍ମୀରର ନିୟନ୍ତ୍ରଣ ସୀମାରେଖାରେ ଆଜି ଲଗାତାର ଚତୁର୍ଥ ଦିନ ପାଇଁ ପାକିସ୍ତାନ ପୁଣିି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି । ଆଜି ରାଜୌରୀର ଚିତ ବକରୀ ଅଂଚଳରେ ପାକିସ୍ତାନ ପକ୍ଷରୁ ଆଖିବୁଜା ଗୁଳିଚାଳନା କରାଯାଇଛି । ଜବାବରେ ଭାରତୀୟ ସେନା ବି ଗୁଳିମାଡ କରିଛି । ନିୟନ୍ତ୍ରଣ ସୀମାରେଖାକୁ ଲାଗିଥିବା ରାଜୌରୀ ଅଂଚଳର ୭ଟି ଗାଁରୁ ଟାର୍ଗେଟ କରାଯାଇଛି । ୮୨ ଏମଏମ ଓ ୧୨୦ ଏମଏମ ମୋର୍ଟାର ସହାୟତାରେ ଗୁଳିମାଡ ହେଉଛି ।

ମେ ୧୩ ତାରିଖରେ ବି ପାକ ସେନାର ଗୁଳିମାଡରେ ୨ ଜଣ ପ୍ରାଣ ହରାଇଥିବାବେଳେ କିଛି ସ୍ଥାନୀୟ ଲୋକ ଓ ରେଂଜର ଆହତ ହୋଇଥିଲୋ ନୌସେରା ସେକ୍ଟରରେ ପାକ୍ ଗୁଳିମାଡରେ ଆତଙ୍କିତ ହୋଇ ଲୋକେ ଅସ୍ଥାୟୀ ଶିବିରରେ ଆଶ୍ରୟ ନେଇଛନ୍ତି । କିଛି ଗାଁକୁ ଖାଲି କରାଯାଇ ଥିବାବେଳେ ଆଉ କିଛି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ନୌସେରା ସେକ୍ଟରର ସ୍କୁଲ-କଲେଜ ବନ୍ଦ ରହିଛି ।