ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଲା ଭାରତ ! ପାକିସ୍ତାନରେ ଭାରତୀୟ ବାୟୁସେନାର ବୋମାବର୍ଷଣ

302

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନର ସଂପର୍କରେ ତିକ୍ତତା ଚରମ ସୀମାରେ ପହଂଚିଛି । ଏମଧ୍ୟରେ ଗତ କିଛି ଘଣ୍ଟା ଧରି ପାକିସ୍ତାନ ଲଗାତାର ସିଜଫାୟାରର ଉଲ୍ଲଘଂନ କରୁଛି । ସାରା ରାତି ପାକିସ୍ତାନ ପକ୍ଷରୁ ମୋର୍ଟାର ବର୍ଷଣ କରାଯାଇଛି । ଭାରତ ଏହାର କଡା ଜବାବ ଦେଉଛି । ଏ ଭିତରେ ପାକିସ୍ତାନ ଭାରତୀୟ ବାୟୁସେନା ଉପରେ ନିୟନ୍ତ୍ରଣ ରେଖାର ଉଲ୍ଲଘଂନ କରିବାର ଅଭିଯୋଗ ଆଣିଛି । ଏହି ଅଭିଯୋଗ ପାକିସ୍ତାନୀ ସେନାର ପ୍ରବକ୍ତା ମେଜର ଜେନେରାଲ ଆସିଫ ଗଫୁର ଆଣିଛନ୍ତି । କିନ୍ତୁ ପାକିସ୍ତାନୀ ସେନାର ଏହି ଅଭିଯୋଗ ଉପରେ ଭାରତୀୟ ସେନା ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନି ।

ମେଜର ଜେନେରାଲ ଆସିଫ ଗଫୁର ଟ୍ୱିଟରରେ ଲେଖିଥିଲେ କି, ‘ଭାରତୀୟ ବାୟୁସେନା ନିୟନ୍ତ୍ରଣ ରେଖାର ଉଲ୍ଲଘଂନ କରିଛି । ପାକିସ୍ତାନ ବାୟୁସେନା ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାରୁ ଭାରତୀୟ ବିମାନ ଫେରିଗଲା ।’ ଏହା ପୂର୍ବରୁ ଶୁକ୍ରବାର ଦିନ ମେଜର ଜେନେରାଲ କହିଥିଲେ କି, “ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉ ନାହୁଁ । କିନ୍ତୁ ଯଦି ଅନ୍ୟପଟୁ ଯୁଦ୍ଧ ପାଇଁ ଆହ୍ୱାନ କରାଯାଏ, ତେବେ ଏହାର କଡା ଜବାବ ଦେବୁ ।”

ସାରା ଦେଶ ପୁଲୱାମା ପରେ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛି । ଗତ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକ୍ରମଣକାରୀଙ୍କ ବିରୁଦ୍ଧରେ ବଡ କାଯ୍ୟାନୁଷ୍ଠାନର ସଂକେତ ମଧ୍ୟ ଦେଇଥିଲେ ।