ପାକିସ୍ତାନର ୪୭% ଲୋକ ମାନିଲେ କି, ତାଙ୍କ ଦେଶ କାଶ୍ମୀରରେ ଆତଙ୍କ ଖେଳାଏ !

322

କିଛି ବର୍ଷ ପୂର୍ବରୁ ପାକିସ୍ତାନରେ ଏକ ସର୍ଭେ କରାଯାଇଥିଲା । ଏହି ସର୍ଭେ ଆମେରିକା, ପାକିସ୍ତାନରେ କରାଇଥିଲା । ଏଥିରେ ୪୭% ପାକିସ୍ତାନୀ ମାନିଥିଲେ କି, କାଶ୍ମୀରରେ ଆତଙ୍କ କେହି ନୁହେଁ ବରଂ ତାଙ୍କ ହିଁ ଦେଶର ସରକାର ବ୍ୟାପକ କରାଏ । କିନ୍ତୁ ଏହି ରିପୋର୍ଟକୁ ପ୍ରଘଟ କରାଯାଇନଥିଲା । ଏବେ ଏହି ରିପୋର୍ଟ ଉଜାଗର ହୋଇଛି ।

ବର୍ଷ ୨୦୦୧ରେ ସଂସଦରେ ଆକ୍ରମଣ ହେବା ପରେ ଆମେରିକା ସରକାରର ଏକ ବିଭାଗ ପାକିସ୍ତାନରେ ସର୍ଭେ କରାଇଥିଲା । ବର୍ଷ ୨୦୦୨ରେ ହୋଇଥିବା ସର୍ଭେରେ ସାଧାରଣ ପାକିସ୍ତାନୀ ମାନିଛନ୍ତି କି, କାଶ୍ମୀରରେ ଆତଙ୍କବାଦକୁ ପ୍ରୋତ୍ସାହିତ କରିବାରେ ତାଙ୍କ ସରକାରର ଭୂମିକା ଅଛି ? ସର୍ଭେର ପରିଣାମ ଆଶ୍ଚର୍ଯ୍ୟଜନକ ଥିଲା । ସେଠାକାର ଲୋକମାନେ ମଧ୍ୟ ଭାରତ ସହ ସଂପର୍କ ସୁଧାରିବାକୁ ଏବଂ ସେଥିରୁ ଫାଇଦା ପାଇବା ବଦଳରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବାକୁ ଅଧିକ ପ୍ରାଧାନ୍ୟ ଦିଅନ୍ତି ।

ଏହି ସର୍ଭେକୁ ଆମେରିକା ଏକ ସ୍ଥାନୀୟ ଏଜେନ୍ସିର ସହାୟତାରେ ପାକିସ୍ତାନର ସହରାଂଚଳରେ ରହୁଥିବା ୨୦୫୮ ନାଗରିକଙ୍କ ସାମ୍ପଲ ପ୍ରସ୍ତୁତ କରିଥିଲେ । ସୂଚନା ମୁତାବକ, ଏହି ସର୍ଭେ ମାର୍ଚ୍ଚ-ଏପ୍ରିଲ ୨୦୦୨ ମଧ୍ୟରେ ପାକିସ୍ତାନର ୧୦ ପ୍ରମୁଖ ସହରରେ କରାଯାଇଥିଲା । ଏହି ସର୍ଭେର ପରିଣାମକୁ ସାର୍ବଜନିକ କରାଯାଇନଥିଲା । ସର୍ଭେର ପରିଣାମ ଉପରେ ୨୮ ପେଜ୍ ର ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ଆମେରିକା ଏହାକୁ କେବଳ ସରକାରର ଉପଯୋଗ ପାଇଁ ସୁରକ୍ଷିତ ରଖିଲା ।

ରିପୋର୍ଟର କିଛି ଫର୍ଦ୍ଦ ଉଜାଗର ହେଲା । ରିପୋର୍ଟ ଅନୁସାରେ, ପାକିସ୍ତାନୀ ଲୋକ ମାନନ୍ତି କି, ପାକିସ୍ତାନ ପଛପଟୁ ଆତଙ୍କବାଦର ସମର୍ଥନ କରେ । ଏମିତି ପାକିସ୍ତାନ ରାଷ୍ଟ୍ରହିତରେ କରେ, କାହିଁକିନା ପାକିସ୍ତାନ ଭାରତ ଅଧିକୃତ କାଶ୍ମୀରରୁ ନିଜ ରାଷ୍ଟ୍ରୀୟ ହିତର ସୁରକ୍ଷା କରିପାରୁ । ଏହା ସହିତ କାଶ୍ମୀର ବିବାଦକୁ ସମାଧାନ କରିପାରୁ ।

ଅନ୍ୟ ଏକ ସର୍ଭେରେ ମଧ୍ୟ ବର୍ଷ ୨୦୦୧ରେ କରାଯାଇଥିଲା । ଯେଉଁଥିରେ ଜଣାପଡିଥିଲା କି, ୭୭% ଲୋକ ମାନନ୍ତି କି, ପାକିସ୍ତାନ ସରକାର ପଛପଟୁ ଆତଙ୍କବାଦକୁ ସହଯୋଗ ଓ ସମର୍ଥନ ଦିଏ ।