ପୁଣି ଭାଙ୍ଗିବ ପାକିସ୍ତାନ ! ସ୍ୱତନ୍ତ୍ର ସିନ୍ଧ ପ୍ରଦେଶ ଗଠନ ଦାବିରେ ଜେଏସଏମଏମର ନାରାବାଜି ଓ ବିକ୍ଷୋଭ ପ୍ରଦର୍ଶନ

31

କନକ ବ୍ୟୁରୋ: ପାକିସ୍ତାନର ସିନ୍ଧ ପ୍ରଦେଶରେ ପାକିସ୍ତାନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ । ସ୍ୱତନ୍ତ୍ର ସିନ୍ଧ ପ୍ରଦେଶ ଗଠନ ଦାବିରେ ବିଭିନ୍ନ ସ୍ଥାନରେ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ‘ଜେଏସଏମଏମ’ ପକ୍ଷରୁ କରାଯାଇଥିବା ଏହି ବିକ୍ଷୋଭ ପ୍ରଦର୍ଶନକୁ ସାଧାରଣ ଲୋକଙ୍କ ସମର୍ଥନ ମିଳିଛି ।

ପାକିସ୍ତାନ ସେନା ଓ ସରକାରଙ୍କ ବିରୋଧରେ ‘ଜିୟେ ସିନ୍ଧ୍ ମୁତାହିଦା ମହାଜ’ ନାମକ ସଂଗଠନ ସ୍ୱତନ୍ତ୍ର ସିନ୍ଧ ପ୍ରଦେଶ ଗଠନ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛି । ନାରାବାଜି କରିବା ସହ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସ୍ୱାଧିନତା ସମୟରେ ସୁରକ୍ଷାକର୍ମୀଙ୍କ ବଳରେ ସିନ୍ଧ ପ୍ରଦେଶକୁ ପାକିସ୍ତାନ ସହ ମିଶ୍ରଣ କରାଯାଇଥିଲା । ଏହି ଅଂଚଳ ପ୍ରାକୃତିକ ସମ୍ପଦରେ ଭରପୁର ହୋଇଥିଲେ ମଧ୍ୟ ପାକିସ୍ତାନର ଗରିବ ଅଂଚଳ ମଧ୍ୟରେ ସିନ୍ଧ ପ୍ରଦେଶ ଗଣାଯାଏ ।

ସିନ୍ଧ ପ୍ରଦେଶରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ମଧ୍ୟ ବେଶ ସକ୍ରୀୟ ରହିଛି । ଏଠାରେ ଶତାଧିକ ଲୋକଙ୍କ ରହସ୍ୟଜନକ ଭାବେ ମୃତ୍ୟୁ ହୋଇସାରିଛି । ଏପରିକି ଗତ କିଛି ବର୍ଷ ମଧ୍ୟ ସ୍ୱତନ୍ତ୍ର ସିନ୍ଧ ପ୍ରଦେଶ ଗଠନ ଦାବି ଆନ୍ଦୋଳନରେ ଜଡିତ ଥିବା ବୁଦ୍ଧିଜୀବୀ, ସାମ୍ବାଦିକ ଓ ଲେଖକ ନିଖୋଜ ହୋଇଯାଇଛନ୍ତି କିମ୍ବା ତାଙ୍କର ରହସ୍ୟଜନକ ମୃତ୍ୟୁ ହୋଇଛି ।