ଜେଲରେ ବିଗିଡିବାରେ ଲାଗିଛି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କର ସ୍ୱାସ୍ଥ୍ୟ ଅବସ୍ଥା : ଖୁବଶୀଘ୍ର ମେଡିକାଲରେ ସରିଫଙ୍କୁ ଭର୍ତ୍ତି କରାଯିବ ବୋଲି କହିଲେ ଜେଲ କର୍ତ୍ତୃପକ୍ଷ !

53

କନକ ବ୍ୟୁରୋ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଏକ ଦୁର୍ନୀତି ଅଭିଯୋଗରେ ସେଠାକାର କୋର୍ଟ ସରିଫଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଆଦେଶ ଦେବା ସହ ତାଙ୍କ ଝିଅଙ୍କୁ ୭ ବର୍ଷ ଦଣ୍ଡାଦେଶ ଦେଇଥିଲେ କୋର୍ଟ । ତେବେ କୋର୍ଟଙ୍କ ଏହି ରାୟ ସମୟରେ ସରିଫ ନିଜର ସ୍ୱାସ୍ଥ୍ୟ ଗତ ସମସ୍ୟା ଲାଗି ଲଣ୍ଡନ ଗସ୍ତରେ ଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ତଥା ସେଠାକାର ପୋଲିସଙ୍କ ପ୍ରସ୍ତୁତି ଅନୁସାରେ ସରିଫ ପାକିସ୍ତାନର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ପରେ ତାଙ୍କୁ ଗିରଫ କରାଯିବ । ପୋଲିସ ପୂର୍ବ ନିର୍ଦ୍ଧାରଣ ସମୟଅନୁସାରେ ସରିଫଙ୍କୁ ବିମାନ ବନ୍ଦରରୁ ହିଁ ଗିରଫ କରାଯାଇଥିଲା । ପରେ ତାଙ୍କୁ ପାକିସ୍ତାନର କାରାଗାରରେ ରଖାଯାଇଛି । କିନ୍ତୁ ସରିଫ ଅଭିଯୋଗ କରନ୍ତି କି , ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଯେପରି ଭାବରେ ସୁବିଧା ମିଳିବା କଥା ତାହା ମିଳୁନାହିଁ । ଏପରିକି ତାଙ୍କୁ ଯେଉଁ ବିଛଣା ଶୋଇବା ପାଇଁ ଦିଆଯାଇଛି ତାହା ଉପରେ ବସିବା କଷ୍ଟ । କେବଳ କୋଟିଏ ମାତ୍ର ଫ୍ୟାନ ଦିଆଯାଇଛି ଯାହା ସଠିକ ଭାବରେ ବୁଲୁନଥିବା କଥା ସରିଫ ତାଙ୍କ ଓକିଲଙ୍କ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି।

ସରିଫ୍ ହୃଦ୍ ଏବଂ କିଡ୍ନି ସଂକ୍ରାନ୍ତ ସମସ୍ୟାରେ ପୀଡ଼ିତ ବୋଲି ଜଣାପଡ଼ିଛି। ଖୁବ୍ ଶୀଘ୍ର ସରିଫ୍ ଙ୍କ ଚିକିତ୍ସାଳୟରେ ଭର୍ତ୍ତି ହେବେ। ସୂଚନାନୁଯାୟୀ ସରିଫ୍ ଗତ ରବିବାର ରାତିରେ ଜେଲ୍ରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ତାଙ୍କର ରକ୍ତଚାପ ହଠାତ୍ ବଢ଼ିଯାଇଥିଲା। ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ସରିଫ୍ ଙ୍କ ରଚିକିତ୍ସା କରି ଜାଣି ପାରିଛନ୍ତି ସେ ହୃଦ୍ ଏବଂ କିଡ୍ନି ସଂକ୍ରାନ୍ତ ସମସ୍ୟାରେ ପୀଡ଼ିତ। ସରିଫକ ଶରୀରରେ ଜଳସ୍ତର ଅତିମାତ୍ରାରେ କମିଯାଇଛି। ତାଙ୍କ ରକ୍ତରେ ୟୁରିଆ ସ୍ତର ମଧ୍ୟ ଅତ୍ୟଧିକ ବଢ଼ିଯାଇଛି। ଏହାଦ୍ୱାରା କିଡ୍ନି ଅଚଳ ହୋଇଯିବାର ଆଶଙ୍କା ରହିଛି ବୋଲି ଡାକ୍ତର କହିଛନ୍ତି। ସରିଫ୍ ଙ୍କ ର ଚିକିତ୍ସା ପାଇଁ ଜେଲ୍ରେ ଆବଶ୍ୟକୀୟ ସୁବିଧା ନ ଥିବାରୁ ତାଙ୍କୁ ଖୁବ୍ ଶୀଘ୍ର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯିବ। ସୂଚନା ଅନୁସାରେ ସରିଫ ନିଜ ସ୍ୱାସ୍ଥ୍ୟଗସ୍ତ କାରଣରୁ ଲଣ୍ଡନରେ ଚିକିସô୍ା କରାଉଥିଲେ । ଜେଲରେ ରହିବା ପରେ ଆବଶ୍ୟକୀୟ ସୁବିଧା ତାଙ୍କୁ ମିଳିନଥିବାରୁ ଏପରି ହୋଇଥିବା ତଙ୍କ ଓକିଲ କହିଛନ୍ତି ।