ଭାରତ-ପାକିସ୍ତାନ ମଧ୍ୟରେ ଆଉ ହେବ ନାହିଁ ଲଢେଇ : ଇମ୍ରାନ ଖାନ

ଆମେ ଆମର ପଡୋଶୀ ଦେଶ ସହ ସୁସମ୍ପର୍କ ରଖିବା ପାଇଁ ଚାହୁଁ : ଇମ୍ରାନ ଖାନ

502

କନକ ବ୍ୟୁରୋ : ଗତ କିଛି ଦିନ ହେବ ପାକିସ୍ତାନ ସହ ଭାରତ କୌଣସି ଆଲୋଚନା କରୁନାହିଁ । ଏପରିକି ପାକରେ ଆୟୋଜିତ ହେବାକୁ ଥିବା ସାର୍କ ସମ୍ମିଳନୀ ବୈଠକ ପାଇଁ ମୋଦିଙ୍କୁ ଦିଆଯାଇଥିବା ନିମନ୍ତ୍ରଣ ପତ୍ରକୁ ମଧ୍ୟ ଭାରତ ପକ୍ଷରୁ ପ୍ରତ୍ୟାଖ୍ୟାନ କରାଯାଇଛି । ଠିକ ଏହି ସମୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ଯେ, ଆମେ ଆମର ପଡୋଶୀ ଦେଶ ସହ ସୁସମ୍ପର୍କ ରଖିବା ପାଇଁ ଚାହୁଁ ଏବଂ ଏହି ବାବଦରେ ଆମେ ଗମ୍ଭୀର ବୋଲି ଇମ୍ରାନ କହିଛନ୍ତି । ଏହାସହ ସେ କହିଛନ୍ତି ଯେ, ଯେ ପର୍ଯ୍ୟନ୍ତ କାଶ୍ମୀର ପ୍ରସଙ୍ଗରେ କୌଣସି ଆଲୋଚନ ହୋଇ ନାହିଁ । ସେ ପର୍ଯ୍ୟନ୍ତ କାଶ୍ମୀର ପାଇଁ ଯେଉଁ ସମସ୍ୟା ଦେଖାଯାଇଛି ତାହାର ସମାଧାନ ହେବା ଆଶା କ୍ଷୀଣ ବୋଲି ସେ କହିଛନ୍ତି ।

 

ଇମ୍ରାନ ଆହୁରି ମଧ୍ୟ କହିଛନ୍ତି ଯେ, କାଶ୍ମୀର ପ୍ରସଙ୍ଗର ସମାଧାନ ପାଇଁ ଅନେକ ବାଟ ରହିଛି । କେବଳ ବାଟ ଅଛି ତାହା ନୁହେଁ ବରଂ ଏ ଦିଗରେ ଆଲୋଚନ ମଧ୍ୟ ହୋଇଛି । ତେଣୁ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ କିଛି କହିବା ମୁର୍ଖାମୀ ହେବ । ତେବେ ସାମ୍ବାଦିକଙ୍କ ଭାରତ ସହ ଯୁଦ୍ଧ ହେବା ନେଇ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ଉଭୟ ପରମାଣୁ ସମ୍ପର୍ଣ୍ଣ ଦେଶ ତେଣୁ ଯୁଦ୍ଧ କଲେ ଅନେକ କ୍ଷତି ହେବ । କେବଳ ଯୁଦ୍ଧ କରିବା କଥା ଚିନ୍ତା କଲେ ହେବ ନାହିଁ । ତାହା ପରସମୟର ତାହାର ପର ସମୟର କଥା ଭାବିବାର ଆବଶ୍ୟକ ରହିଛି ବୋଲି ଇମ୍ରାନ କହିଛନ୍ତି ।

 

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତ ସହ ପାକିସ୍ତାନ ସର୍ବଦା ଶାନ୍ତି ସ୍ଥାପନ କରିବା ପାଇଁ ଚାହେଁ । କେବଳ ସମ୍ପର୍କ ଭଲ ନୁହେଁ ଏ ଦିଗରେ ପାକିସ୍ତାନ ମଧ୍ୟ ଗମ୍ଭୀର ବୋଲି ସେ କହିଛନ୍ତି । ପାକିସ୍ତାନର ସରକାର ଓ ସେନା ଉଭୟ ଏହି କଥା ଚାହୁଁଥିବା ଇମ୍ରାନ କହିଛନ୍ତି । କର୍ତାର କରିଡର ପ୍ରସଙ୍ଗରେ ମଧ୍ୟ ନିଜର ମତ ଦେଇ ସେ କହିଛନ୍ତି , ଏହା ନିର୍ମାଣ ହେବା ପରେ ଭାରତ-ପାକିସ୍ତାନ ମଧ୍ୟରେ ଦୂରତା କମିବ । ତେଣୁ ଏହାକୁ ସ୍ୱାଗତ କରିବାର ଆବଶ୍ୟକତା ରହିଛି ।