ଇମ୍ରାନ୍ ମୁହଁରେ ଶାନ୍ତିର ବାର୍ତ୍ତା, ହେଲେ ସୀମାରେ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପାକ୍ ସେନା, ଜଣେ ନାଗରିକ ଆହତ

171

କନକ ବ୍ୟୁରୋ : ପୁଣି ଥରେ ପାକିସ୍ତାନର ଦୋମୁହାଁ ନୀତି ପଦାରେ ପଡିଛି । ଗୋଟିଏ ପଟେ ଶାନ୍ତି ପାଇଁ କଥାବାର୍ତା କଥା କହୁଥିବା ପାକିସ୍ତାନ ଅନ୍ୟପଟେ ସୀମାରେ ଜାରି ରଖିଛି ଅସ୍ତ୍ରବିରତି ଉଘଂଘନ । ପୁଂଛ ଓ ଉରି ସେକ୍ଟରରେ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ । ବାରମ୍ବାର ଭାରତୀୟ ସୀମା ଉପରକୁ ଗୁଳିମାଡ କରିଛି ପାକିସ୍ତାନ । ସୀମାରେ ଜନବସତି ଉପରକୁ ପାକିସ୍ତାନ ପଟୁ ଗୁଳିମାଡ ଜାରି ରହିଛି । ଏଥିରେ ଜଣେ ସାଧାରଣ ନାଗରିତ ଆହତ ହୋଇଛନ୍ତି । ତେବେ ଏହାର ମୁହଁତୋଡ ଜବାବ ଦେଉଛନ୍ତି ଭାରତୀୟ ସେନା ।

ଅନ୍ୟପଟେ ଭାରତୀୟ ପାଇଲଟ୍ ଅଭିନନ୍ଦନଙ୍କୁ ପାକିସ୍ତାନ ମାତ୍ର ଗୋଟିଏ ଦିନରେ ଛାଡିବା ନେଇ ଘୋଷଣା କରିବା ପରେ ସବୁଠି ଚର୍ଚ୍ଚା କେମିତି ଏତେ ଉଦାରତା ଦେଖାଇଲା ପାକ୍ ସରକାର । ଏହା ପଛରେ କଣ ରହିଛି ପ୍ରମୁଖ କାରଣ । ଭାରତର ଯୁଦ୍ଧ ପ୍ରସ୍ତୁତିକୁ ଦେଖି ଡରିଗଲା ନାଁ ଆନ୍ତର୍ଜାତୀୟ ଚାପ ଆଗରେ ମୁଣ୍ଡ ନୁଆଁଇଲେ ଇମ୍ରାନ । ତେବେ ସୂଚନା ଅନୁଯାୟୀ ଆମେରିକା, ସାଉଦି ଆରବ ଓ ୟୁନାଇଟେଡ୍ ଆରବ ଏମିରେଟସର ପ୍ରବଳ ଚାପ ଯୋଗୁଁ ପାକିସ୍ଥାନ ମୁଣ୍ଡ ନୁଆଇଁବା ପାଇଁ ଏକ ପ୍ରକାର ବାଧ୍ୟ ହୋଇଛି ।