ନୀତି ଉଲ୍ଲଘଂନ କରୁଛି ପାକିସ୍ତାନ ! ପ୍ରତିଦିନ ୬ ଥର ଯୁଦ୍ଧ ବିରାମ ନୀତିର ଉଲ୍ଲଘଂନ କରୁଛି ପାକିସ୍ତାନ ।

695

ଭାରତର ଗୋଟିଏ ଏୟାର୍ ଷ୍ଟ୍ରାଇକ୍ ପରେ ପାକିସ୍ତାନ ବିଳି ବିଳେଇ ଉଠେଇଲାଣି । କ’ଣ ଆପଣ ଜାଣିଛନ୍ତି ଏହି ପାକିସ୍ତାନ ପ୍ରତିଦିନ ୬ ଥର ଯୁଦ୍ଧ ବିରାମ ନୀତିର ଉଲ୍ଲଘଂନ କରୁଛି । ଗୃହ ମନ୍ତ୍ରାଳୟରେ ପ୍ରକାଶିତ ଏକ ରିପୋର୍ଟରେ ଏହାର ଖୁଲାସା ହୋଇଛି । ରିପୋର୍ଟ ଅନୁସାରେ ଗତବର୍ଷ ଏଭଳି କୌଣସି ଦିନ ଖାଲି ଯାଇନାହିଁ ଯେତେବେଳେ ପାକିସ୍ତାନ ଅନ୍ତଃରାଷ୍ଟ୍ରୀୟ ବର୍ଡର(ଆଇବି) ଏବଂ ନିୟନ୍ତ୍ରଣ ରେଖା ଉପରେ ୨୪ ଘଣ୍ଟା ସମୟରେ କମ୍ ସେ କମ୍ ୬ ଥର ଯୁଦ୍ଧରେ ବିରାମ ନୀତର ଉଲ୍ଲଘଂନ କରୁଛି । ଗତ ୪ ବର୍ଷ ଧରି ଅନ୍ତଃରାଷ୍ଟ୍ରୀୟ ସୀମାରେ ପାକିସ୍ତାନ ଦ୍ୱାରା ଯୁଦ୍ଧ ବିରାମ ନୀତିକୁ ୫ ଗୁଣା ଅଧିକ ବଢାଇ ଦିଆଯାଇଛି ।

୨୦୧୫ ରେ ଯୁଦ୍ଧ ବିରାମ ଉଲ୍ଲଘଂନର ୪୦୫ ମାମଲା ସାମ୍ନାକୁ ଆସିଥିଲା । ଅନ୍ୟପକ୍ଷରେ ନଭେମ୍ବର ୨୦୧୮ ପର୍ଯ୍ୟନ୍ତ ପାକିସ୍ତାନ ୧,୯୬୨ ଥର ଉଲ୍ଲଘଂନ କରିସାରିଛି । ଅର୍ଥାତ୍ ପଡୋଶୀ ଦେଶ ପ୍ରତିଦିନ ୬ ଥର ଏଭଳି ପାଗଳାମୀ କରୁଥିଲା । କେବଳ ଏତିକି ନୁହେଁ ଗତବର୍ଷ ନଭେମ୍ବର ମାସରେ ଜମ୍ମୁ-କାଶ୍ମୀର ସୀମାରେ ଘୁସପେଠରେ ୩୦୨ ଥର ପ୍ରୟାସ ମଧ୍ୟ କରାଯାଇଥିଲା । ସୈନ୍ୟ ବିଶେଷଜ୍ଞ ଜି.ଡି ବକ୍ସୀଙ୍କ କହିବାନୁସାର ପାକିସ୍ତାନ ଯୁଦ୍ଧ ବିରାମ ନୀତିର ଉଲ୍ଲଘଂନ କରୁଛି । ଘୁସପେଠ୍ ଦ୍ୱାରା ଆତଙ୍କୀଙ୍କୁ ଭାରତୀୟ ସୀମାରେ ଠେଲିବା ପାଇଁ ମଧ୍ୟ ପ୍ରୟାସ କରାଯାଉଛି । ଏତେ ବଡ ଧରଣର ଯୁଦ୍ଧ ବିରାମ ନୀତିର ଉଲ୍ଲଘଂନ କରି ପାକିସ୍ତାନ ଭାରତକୁ ଉସକାଇଲା ଭଳି କାମ କରୁଛି । ଭାରତ ଏବେ ପଡୋଶୀ ଦେଶର ଏଭଳି କାର୍ଯ୍ୟକୁ କଡାଜବାବ୍ ଦେଇଛି ।

ଦେଖନ୍ତୁ ପାକିସ୍ତାନର ପାଗଳପଣ :

ଗୃହମନ୍ତ୍ରାଳୟର ରିପୋର୍ଟ ଅନୁସାରେ ଜମ୍ମୁ-କାଶ୍ମୀରରେ ଅଧିକ ଆତଙ୍କବାଦୀ ମରୁଛନ୍ତି । ଏଥିରୁ ଜଣାପଡେ ଯେ ଯବାନଙ୍କ ସହିଦ୍ ହେବା ଖବର ମଧ୍ୟ ଖୁବ୍ ଦ୍ରୁତରେ ବଢୁଛି । ୨୦୧୪ ମସିହାରେ ୧୧୦ ଜଣ ଆତଙ୍କବାଦୀ ମରିଥିଲେ ଏବଂ ୨୦୧୮ ରେ ୨୫୭ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ୨୦୧୪-୧୮ ମଧ୍ୟରେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ସହିଦ୍ ହୋଇଥିବା ଯବାନଙ୍କ ମଧ୍ୟରେ ୯୩ ଜଣ ଯବାନ ଥିଲେ । ୨୦୧୪ ରେ ହୋଇଥିବା ଜମ୍ମୁ-କାଶ୍ମୀର ଆତଙ୍କବାଦୀ ଆକ୍ରମଣରେ ସୁରକ୍ଷାବଳର ୪୭ ଜଣ ଯବାନ ସହିଦ୍ ହୋଇଯାଇଥିଲେ । ୨୦୧୮ ରେ ୯୧ ଜଣ ଯବାନ ସହିଦ୍ ହୋଇଯାଇଥିଲେ ଏବଂ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ କାରଣରୁ ୧୩୧୫ ଜଣ ଲୋକଙ୍କ ଜୀବନ ମଧ୍ୟ ଯାଇଥିଲା । ୨୦୧୪-୧୮ ଭିତରେ ଜମ୍ମୁ-କାଶ୍ମୀରରେ ମୋଟ ୧୭୦୮ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ପାକିସ୍ତାନର ଏଭଳି କାର୍ଯ୍ୟକଳାପ ଉପରେ ଏବେ ପର୍ଯ୍ୟନ୍ତ ରୋକ୍ ଲାଗିପାରୁନାହିଁ ।