ଜାମ୍ମୁକାଶ୍ମୀର ପୁଂଛ୍ ଜିଲ୍ଲା ଓ ରଜୌରୀରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ !

29

କନକ ବ୍ୟୁରୋ : ପୁଣି ସୀମା ଲଂଘିଲା ପାକିସ୍ତାନ । ଜାମ୍ମୁକାଶ୍ମୀର ପୁଂଛ୍ ଜିଲ୍ଲା ଓ ରଜୌରୀରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଆଜି ସକାଳୁ ସକାଳୁ ପ୍ରଥମେ ପାକିସ୍ତାନ ପଟୁ ଗୁଳିମାଡ଼ ହୋଇଥିଲା । ନୌସେରା ସମେତ କୃଷ୍ଣଘାଟିରେ ମୋର୍ଟାର ମାଡ଼ ମଧ୍ୟ କରିଛନ୍ତି ପାକ୍ ସେନା । ଭାରତୀୟ ସେନା ପକ୍ଷରୁ ମଧ୍ୟ ପାକକୁ କଡା ଜବାବ ଦିଆଯାଇଛି । ଏବେବି ସେହିସବୁ ଅଂଚଳରେ ଗୁଳିମାଡ଼ ଜାରି ରହିଛି । ଭାରତୀୟ ସେନା ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।