ଜମ୍ମୁ-କାଶ୍ମୀରରେ ପଥଭ୍ରଷ୍ଟ ଯୁବକଙ୍କୁ ମୁଖ୍ୟସ୍ରୋତକୁ ଆଣିବାକୁ ଅଭିନବ ପ୍ରୟାସ! ପଥର ଆକ୍ରମଣକାରୀ ଯୁବକଙ୍କୁ ଭାରତ ଭ୍ରମଣ କରାଇବ ସେନା

20

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ପଥଭ୍ରଷ୍ଟ ଯୁବକଙ୍କୁ ମୁଖ୍ୟସ୍ରୋତକୁ ଆଣିବାକୁ ସେନାର ଅଭିନବ ପ୍ରୟାସ । ସେନା ଉପରେ ଭୟଙ୍କର ପଥର ମାଡ଼ କରୁଥିବା ଯୁବକଙ୍କୁ ଭାରତ ଭ୍ରମଣ କରାଇବ ସେନା । ସେମାନଙ୍କୁ ନୂଆ ସ୍ୱପ୍ନ ଦେଖାଇ ସଠିକ୍ ମାର୍ଗରେ ନେବାକୁ ଭାରତୀୟ ସେନା ଅଭିନବ ପ୍ରୟାସ ଆରମ୍ଭ କରିଦେଇଛି । ତେବେ ପଥର ଆକ୍ରମଣକାରୀ ଯୁବକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ପର୍ଯ୍ୟାୟକ୍ରମେ ଥରରେ ୨୦ଜଣଙ୍କୁ ଭାରତ ଭ୍ରମଣ କରାଇବାକୁ ଯୋଜନା ହୋଇଛି ।

ଅନ୍ୟପଟେ ସୀମାରେ ପାକିସ୍ତାନ ସେନା ମୁଖ୍ୟ ସୀମାରେ ବୁଲି ସ୍ଥିତି ଅନୁଧ୍ୟାନ କରି ଫେରିବା ପରେ ପୁଣି ଅସ୍ତ୍ର ବିରତି ଉଲଘଂନ କରିଛି ପାକିସ୍ତାନ । ଭାରତୀୟ ଯବାନଙ୍କୁ ଟାର୍ଗେଟ କରି ମୋର୍ଟର ଓ ଗୁଳିମାଡ଼ କରିଛି ପାକିସ୍ତାନ । ପାକ୍ ସେନାର ମୁହଁତୋଡ଼ ଜବାବ ଦେଇଛି ଭାରତୀୟ ଯବାନମାନେ । ସମାନ ଅସ୍ତ୍ରଶସ୍ତ୍ର ମାଡ଼ କରିଛି ପାକିସ୍ତାନ ଆତଙ୍କବାଦୀଙ୍କ ଉପରେ ।