ଭାରତ ସହ ଶତ୍ରୁତାର ପ୍ରଭାବ ! ପାକିସ୍ତାନରେ ଟମାଟୋ ଦର ଆକାଶଛୁଆଁ, କିଲୋ ପ୍ରତି ମୂଲ୍ୟ ୧୮୦ ଟଙ୍କା

3,964

କନକ ବ୍ୟୁରୋ : ପାକିସ୍ତାନକୁ ପୁଲୱାମାର ଆକ୍ରମଣ କଡ଼ା ଜବାବ ଦେଇଛନ୍ତି ଭାରତୀୟ କୃଷକ । ସରକାର କିଛି କାର୍ଯାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ କୃଷକଙ୍କ କଡ଼ା ନିଷ୍ପତ୍ତିରେ ପ୍ରଭାବିତ ହୋଇଛି ଶତ୍ରୁ ଦେଶ । ଭାରତୀୟ କୃଷକମାନେ ପାକିସ୍ତାନକୁ ସାମଗ୍ରୀ ପଠାଇବା ପାଇଁ ମନାକରିଦେଇଛନ୍ତି । ଟମାଟୋ ଚାଷୀମାନେ ପାକିସ୍ତାନକୁ ଟମାଟୋ ପଠାଇବା ବନ୍ଦ କରିଦେଇଛନ୍ତି । ମଧ୍ୟପ୍ରଦେଶର ଝାବୁଆର କୃଷକମାନେ ପାକିସ୍ତାନକୁ ଟମାଟୋ ପଠାଇବାକୁ ମନା କରିଛନ୍ତି । ଯଦ୍ୱାରା ପାକିସ୍ତାନରେ ଟମାଟୋ ଦର ଆକାଶଛୁଆଁ ହୋଇଯାଇଛି । ସୂଚନାଯୋଗ୍ୟ ପାକିସ୍ତାନର ଝାବୁଆ ଟମାଟୋର ଚାହିଦା ଅଧିକ । କେବଳ ଟମାଟୋ ନୁହେଁ ପାକିସ୍ତାନରେ ଅନ୍ୟ ପରିବା ମୂଲ୍ୟ ମଧ୍ୟ ଆକାଶ ଛୁଇଁଲାଣି ।

ଭାରତ ଉପରେ ଆକ୍ରମଣ ପାକିସ୍ତାନକୁ ମହଙ୍ଗା ପଡ଼ିଛି । ପାକିସ୍ତାନରେ ଏବେ ଟମାଟୋ ଦର ୧୮୦ ଟଙ୍କା । ପାକିସ୍ତାନକୁ ସବୁଠାରୁ ଅଧିକ ଫଳ ଓ ପନପରିବା ପଠାଉଥିବା ଆଜାଦପୁର ମଣ୍ଡିର ବେପାରୀମାନେ ସାମଗ୍ରୀ ପଠାଇବା ପାଇଁ ସିଧା ସିଧାସିଧା ମନାକରିଦେଇଛି । ସୂଚନା ଅନୁସାରେ ପ୍ରତିଦିନ ୭୫ରୁ ୧୦୦ ଟ୍ରକ ଟମାଟୋ ପାକିସ୍ତାନକୁ ରପ୍ତାନୀ ହେଉଥିଲା । ଯାହା ଏବେ ବନ୍ଦ କରଦିଆଯାଇଛି ।

ଭାରତ ବଜାରେ ଏବେ ଟମାଟୋ କିଲୋ ୧୦ ଟଙ୍କା ପ୍ରତି କିଲୋ ରହିଛି । କିନ୍ତୁ ପାକିସ୍ତାରେ ଟମାଟୋ ମୂଲ୍ୟ ୧୮୦ ଟଙ୍କା ଛୁଇଁଛି । ଏହାବ୍ୟତୀକ ପାକିସ୍ତାନରେ ଆଳୁ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ୧୦ରୁ ୧୨ ଟଙ୍କାରେ ବିକ୍ରିି ହେଉଥିବା ଆଳୁ ଏବେ ୩୦-୩୫ ଟଙ୍କାରେ ବିକ୍ରି ହେଉଛି । ପାକିସ୍ତାନରେ ଏବେ କାକୁଡ଼ି କିଲୋ ୮୦ ଟଙ୍କା । କୃଷକଙ୍କର ଏହି ନିଷ୍ପତିରେ କୃଷକମାନେ ନିଜେ କ୍ଷତିଗ୍ରସ୍ତ ହେଉଛନ୍ତି । କିନ୍ତୁ ଦେଶ ହିତ ପାଇଁ ସେମାନେ ଏହି କ୍ଷତିକୁ ସହିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଜାମ୍ମୁ କାଶମୀର ପୁଲୱାମାରେ ଗତ ୧୪ ତାରିଖ ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫର ୪୦ ଜଣ ଯବାନ ସହିଦ ହୋଇଯାଇଛନ୍ତି । ଏହାର ପ୍ରତିବାଦରେ ପାକିସ୍ତାନ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦେଶବ୍ୟାପୀ ଦାବି କରୁଛନ୍ତି । ଲୋକଙ୍କ ମନରେ ପ୍ରତିଶୋଧର ବହ୍ନି ଜଳୁଛି । ଆଉ ପ୍ରତିଶୋଧ ପାଇଁ ପ୍ରଥମ ପଦକ୍ଷେପ ନେଇଛନ୍ତି ଭାରତୀୟ ଚାଷୀ । ପାକିସ୍ତାନକୁ କୌଣସି ଖାଦ୍ୟ ସାମଗ୍ରୀ ନପଠାଇବା ପାଇଁ ନିଷ୍ପତ୍ତି ନେଇଛି ।