ପାକିସ୍ତାନ ବିମାନକୁ ଭାରତୀୟ ବାୟୁସେନା ଖସାଇଥିବା ସ୍ପଷ୍ଟ କଲା ଏମଇଏ: ବିଦେଶ ସଚିବ କହିଲେ, ପଣ୍ଡ ହୋଇଛି ପାକିସ୍ତାନର ଅନୁପ୍ରବେଶ ଉଦ୍ୟମ

, ଅପରେସନ ବେଳେ ନଷ୍ଟ ହୋଇଛି ମିଗ ବିମାନ; ଜଣେ ପାଇଲଟ ନିଖୋଜ,ପାକିସ୍ତାନ କବଜାରେ ଥିବା ସନ୍ଦେହ

283

କନକ ବ୍ୟୁରୋ: ପାକିସ୍ତାନ ଯୁଦ୍ଧ ବିମାନକୁ ଭାରତୀୟ ବାୟୁସେନା ଖସାଇଥିବା ସ୍ୱଷ୍ଟ କରିଛି ବୈଦେଶିକ ମନ୍ତ୍ରାଳୟ । ଭାରତ ସୀମାରେ ପାକିସ୍ତାନର ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରାଯାଇଥିବା ବିଦେଶ ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି । ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନକୁ କଡା ଜବାବ ଦିଆଯାଇଛି । ଏହା ସହ ଅପରେସନ ବେଳେ ଯୁଦ୍ଧ ବିମାନ ମିଗ ୨୧ ନଷ୍ଟ ହୋଇଥିବା କହିଛନ୍ତି । ଏହି ବିମାନର ଜଣେ ପାଇଲଟ ନିଖୋଜ ଅଛନ୍ତି । ଭାରତର ପାଇଲଟକୁ ପାକିସ୍ତ୍ାନ ରଖିଥିବା ଦାବି କରୁଛି । ପାକିସ୍ତାନ କରୁଥିବା ଦାବିକୁ ଯାଂଚ କରାଯାଉଥିବା ବିଦେଶ ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି ।

ଉଲ୍ଲେଖ ଥାଉ କି, ପାକିସ୍ତାନ ଟୁଇଟ୍ କରି ପ୍ରକାଶ କରିଛି ଯେ ଭାରତୀୟ ବାୟୁସେନାର ଓ୍ଵିଙ୍ଗ୍ କମାଣ୍ଡର୍ (ସର୍ଭିସ ନମ୍ବର ୨୭୯୮୧) ଅଭିନନ୍ଦନଙ୍କୁ ଏବେ ପାକିସ୍ତାନ ସେନା ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପାକିସ୍ତାନ ଗୁଳି ମାରି ଖସାଇଥିବା ବିମାନ ଭିତରୁ ତାଙ୍କୁ ବନ୍ଦୀ କରାଯାଇଛି। ପାକିସ୍ତାନ ସଶସ୍ତ୍ର ବାହିନୀର ମୁଖପାତ୍ର ମେଜର ଜେନେରାଲ୍ ଅସିଫ୍ ଗଫୁର୍ ସାମ୍ବାଦିକ ସମ୍ମିଳନୀ କରିବା ପରେ ଏହି ଭିଡିଓ ଜାରି କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଗଫୁର୍ କହିଛନ୍ତି କି ଭାରତୀୟ ବାୟୁସେନା କରିଥିବା ଏୟାର୍ ଷ୍ଟ୍ରାଇକ୍ର ଜବାବ ଦେବା ପାଇଁ ପାକିସ୍ତାନ ପାଖରେ ଅନ୍ୟ କୌଣସି ବାଟ ନ ଥିଲା।

ସେପଟେ, ପାକିସ୍ତାନର ଏହି ଦାବିକୁ ଖଣ୍ଡନ କରିଛି ଭାରତ । ଭାରତ କହିଛି ମିଛ କହୁଛି ପାକିସ୍ତାନ । ୨୦୧୪ ମସିହାରେ ହୋଇଥିବା ବିମାନ କ୍ରାସର ଭିଡିଓକୁ ଦେଖାଉଛି ପାକିସ୍ତାନ । ତେବେ ପାକିସ୍ତାନର ଏଫ-୧୬ ବିମାନକୁ ପାକିସ୍ତାନ ସୀମା ଭିତରେ ଖସାଇ ଦେଇଥିବା ଦାବି କରିଛି । ଏହା ସହିତ କାଗଜପତ୍ର ଜବତ କରାଯାଇଛି ବୋଲି କହିଛି ଭାରତ ।