ଭାରତକୁ ପାକିସ୍ତାନର ଧମକ ! ଦୁଃସାହସ କଲେ ଭୋଗିବାକୁ ପଡିବ ଉଚିତ୍ ପରିଣାମ

59

କନକ ବ୍ୟୁରୋ : ଭାରତକୁ ଧମକ ଦେଲା ପାକିସ୍ତାନ । ଭାରତ ଯଦି କୌଣସି ଦୁଃସାହସ କରେ ତେବେ ତାକୁ ତା ନିଜ ଭାଷାରେ ଜବାବ ଦେବ ପାକିସ୍ତାନ । ଏପରି ଧମକ ଦେଇଛନ୍ତି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖୁରମ ଦସ୍ତାଗିର । ଏହା ସହ ଆତଙ୍କବାଦୀଙ୍କୁ କଶ୍ମୀର ସଂଗ୍ରାମୀ ବୋଲି ଆଖ୍ୟା ଦେଇଛନ୍ତି ଦସ୍ତାଗିର । ଆଉ କହିଛନ୍ତି, କଶ୍ମୀର ସ୍ୱାଧିନତା ପାଇଁ ଲଢୁଥିବା ସଂଗ୍ରାମୀଙ୍କ ଆକ୍ରମଣ ପାଇଁ ଭାରତ ପାକିସ୍ତାନକୁ ଦାୟୀ କରୁଛି ।

କିନ୍ତୁ ଯଦି ଭାରତ ପକ୍ଷରୁ ଏପରି କୌଣସି ପଦକ୍ଷେପ ନିଆଯାଏ ତେବେ ପାକିସ୍ତାନ ଚୁପ୍ ରହିବନି । ଭାରତ ଆମ ଉପରେ ଦୋଷ ଲଦିବା ପରିବର୍ତ୍ତେ ନିଜ ଦେଶରୁ ଚଳାଇଥିବା ଗୁଇନ୍ଦାଗିରି ବନ୍ଦ କରିବା ଉଚିତ ବୋଲି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଦସ୍ତାଗିର । ଶ୍ରୀନଗର ଆର୍ମି କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ପାକିସ୍ତାନକୁ ସର୍ଜିକାଲ ଷ୍ଟ୍ରାଇକ୍ ଆବଶ୍ୟକ ବୋଲି କହିଥିଲେ । ଏହାର ଜବାବରେ ପାକିସ୍ତାନ ପକ୍ଷରୁ ଏପରି ପାଲଟା ଧମକ ଦିଆଯାଇଛି ।