ଅଜ୍ଞାତ ସ୍ଥାନରେ ବାଲିଷ୍ଟିକ ମିସାଇଲ ନସ୍ରର ସଫଳ ପରୀକ୍ଷଣ କଲା ପାକିସ୍ଥାନ ! ପାକ ସେନା ମୁଖ୍ୟ ବାଜବାଙ୍କ ଦୃଢୋକ୍ତି ଭାରତର ମିସାଇଲକୁ ଦେବ ମାତ୍

34

କନକ ବ୍ୟୁରୋ : ବୁଧବାର ପାକିସ୍ଥାନ ଏହାର ବାଲିଷ୍ଟିକ ମିସାଇଲ ନସ୍ରର ସଫଳ ପରୀକ୍ଷଣ କରିଛି । ଏହି ମିସାଇଲ ଶହ ଶହ କିଲୋମିଟରର ଶତ୍ରୁକୁ ଧ୍ୱଂସ କରିବାକୁ ସକ୍ଷମ । ଏହି ଅବସରରେ ପାକ ସେନା ମୁଖ୍ୟ ବାଜବା କହିଛନ୍ତି ଯେ ଏହି ମିସାଇଲ ଭାରତର ମିାସଲକୁ ଏହି ମିସାଇଲ ମାତ ଦେବ ।

ଉଚ୍ଚକ୍ଷମତା ସଂପନ୍ନ ଅସ୍ତ୍ର ବହୁ କମ ସମୟ ମଧ୍ୟରେ ନିଜ ଲକ୍ଷ୍ୟ ସ୍ଥିର କରିପାରିବ । ପାକ ସେନା ପକ୍ଷରୁ ଏହି ମିସାଇଲର ରେଂଜ ୬୦ରୁ ୭୦ କିଲୋମିଟରକୁ ବଢାଇଦିଆଯାଇଛି । ପାକିସ୍ଥାନ ଏହାକୁ ଏକ ଅଜ୍ଞାତ ସ୍ଥାନରେ ପରିକ୍ଷା କରିଛି ।