ପାକିସ୍ତାନରେ ବଡ ଆତଙ୍କବାଦୀ ଆକ୍ରମଣ : ଆତ୍ମଘାତୀ ବିସ୍ଫୋରଣରେ ୯୦ ମୃତ, ଶତାଧିକ ଆହତ

29

କନକ ବ୍ୟୁରୋ :  ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କବାଦୀ ଆକ୍ରମଣ । ଖୁଜଦାର ଜିଲ୍ଲା ସୁଫି ସନ୍ଥ ଶାହ ନୁରାନୀ ଦରଗାହ ମସଜିଦରେ ଶନିବାର ବଡ ଧରଣର ବିସ୍ଫୋରଣ ହୋଇଛି । ଯେଉଁଥିରେ ୯୦ ଲୋକଙ୍କ ମୃତ୍ୟୁ ହେବା ସହ ଶତାଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ଥିବା ଜଣା ପଡିଛି । ଦରଗାହରେ ୬ ଶହରୁ ଅଧିକ ଲୋକ ଥିବା ବେଳେ ବିସ୍ଫୋରଣ ହୋଇଥିଲା ।

ଦରଗାହରେ ସୁଫି ନୃତ୍ୟ ‘ଧମାଲ’ ଆୟୋଜିତ ହୋଇଥିବା ବେଳେ ବିସ୍ଫୋରଣ ହୋଇଥିଲା । ତଦନ୍ତରୁ ଏହା ଏକ ଆତ୍ମଘାତୀ ବିସ୍ଫୋରଣ ବୋଲି ସ୍ପଷ୍ଟ ହୋଇଛି । ଏହି ଦରଗାହଟି ଏକ ପାହାଡିଆ ଅଂଚଳରେ ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି । ଏହି ଆକ୍ରମଣ ପାଇଁ ଆଇଏସଆଇଏସ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଛି ।