ବିରାଟ ବାହିନୀର ବୋଲିଂରେ ପାକିସ୍ତାନ ଚିତପଟାଙ୍ଗ: ସୋସିଆଲ ମିଡିଆରେ ପାକ୍ ଖେଳାଳିଙ୍କ ଧଜିଆ ଉଡାଇଲେ ୟୁଜର୍ସ । ଦେଖନ୍ତୁ କିଛି ମଜାଳିଆ ଟ୍ୱିଟର ପୋଷ୍ଟ

2,143

କନକ ବ୍ୟୁରୋ: ମାଞ୍ଚେଷ୍ଟର ମୈଦାନରେ ବିରାଟ ବାହିନୀର ଘାତକ ବୋଲିଂରେ ଘାଇଲା ହେଉଛି ପାକିସ୍ତାନ ଟିମ୍ ।  ଭାରତର ଶାଣିତ ବୋଲିଂ ଆଗରେ ମାଟି କାମୁଡିଲା ପାକିସ୍ତାନ । ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ପୁଣିଥରେ ପାକିସ୍ତାନକୁ ୮୯ ରନରେ ମାତ୍ ଦେଇ ବଡ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ବିଶ୍ୱକପ ଯୁଦ୍ଧରେ ସର୍ଫରାଜ ସେନା ଉପରେ ଭାରି ପଡିଛି କୋହଲି ଆଣ୍ଡ କୋ’ । ବିଶ୍ୱକପରେ ପାକିସ୍ତାନ ଟିମ୍ ଉପରେ ସପ୍ତମ ଥର ପାଇଁ ସର୍ଜିକାଲ ଷ୍ଟ୍ରାଇକ କରିଛି ଟିମ୍ ଇଣ୍ଡିଆ । ଆଉ ଏହି ଷ୍ଟ୍ରାଇକରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ପାକ୍ ଶିବିର । ତେବେ ପାକିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ ପରେ ସୋସିଆଲ ମିଡିଆରେ ଆରମ୍ଭ ହୋଇଛି କମେଣ୍ଟ ଯୁଦ୍ଧ । ପାକିସ୍ତାନ ଟିମ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି ବିଭିନ୍ନ ଫଟୋ ଓ କମେଣ୍ଟ ।

ତେବେ ପଢନ୍ତୁ ଟ୍ୱିଟର ପେଜରେ କିଏ କେଉଁ ପୋଷ୍ଟ କରିଛନ୍ତି । ପାକିସ୍ତାନର ବ୍ୟାଟି ଖରାପ ହେବା ପରେ ପାକିସ୍ତାନ ଫ୍ୟାନ ରାଗରେ କେଉଁ ଭଳି ଟିଭି ଭାଙ୍ଗୁଛନ୍ତି ତାହାକୁ ଟ୍ୱିଟରରେ ପୋଷ୍ଟ କରିଛନ୍ତି ସିରତ ।

ସେହିପରି ଠିକ ସମୟରେ ବର୍ଷା ହେଉଥିବାରୁ ପାକ କ୍ରିକେଟର କେମିତି ଆକାଶକୁ ଚାହିଁ ବର୍ଷା ଉପରେ ରାଗ ସୁଜାଉଛନ୍ତି ତାକୁ ମଧ୍ୟ କମେଣ୍ଟ କରାଯାଇଛି ।

ସବୁଠାରୁ ବଡ କଥା ହେଉଛି ସର୍ଫରାଜଙ୍କ ହାଇ ମରହା ଫଟୋ ଓ ଭିଡିଓକୁ ପୋଷ୍ଟ କରି ତାଙ୍କୁ କମେଣ୍ଟ କରା ଯାଇଛି । ରାତି ହେଲାଣି ଶୋଇବ ଯାଅ କହି ତାଙ୍କ ଉପରେ ଟ୍ୱିଟ କରା ଯାଇଛି ।

ଆଉ ଏକ ପୋଷ୍ଟରେ ୨ଟି କପ ଦେଖାଇ ତୁଳନା କରାଯାଇଛି । ବିଶ୍ୱକପ ଓ ଚା କପ ମଧ୍ୟରୁ ଅନ୍ୟମାନେ ବିଶ୍ୱକପ ପାଇଁ ଖେଳୁଥିବା ବେଳେ ପାକିସ୍ତାନ ଚା କପ ପାଇଁ ମ୍ୟାଚ ଖେଳୁଛି ବୋଲି ଉଲ୍ଲେଖ କରାଯାଇଛି ।

ଟିମ୍ ଇଣ୍ଡିଆ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ କରିଥିବାର ଫଟୋ ଭାଇରାଲ ହେଉଥିବା ବେଳେ ଫାଦର୍ସ ଡେ ନେଇ ମଧ୍ୟ ରୋଚକ ଫଟୋ ସୋସିଆଲ ସାଇଡରେ ବୁଲୁଛି ।

ପାକିସ୍ତାନ ଟିମ ଇଣ୍ଡିଆ ଖେଳାଳିଙ୍କ ପାଦ ଧରୁଥିବାର ଫଟୋ ମଧ୍ୟ ଭାଇରାଲ ହେଉଛି । ତେବେ ଏଇମିତି ଭାବେ ପାକିସ୍ତାନ ପରାଜୟକୁ ଆଗୁଆ ସୋସିଆଲ ମିଡିଆରେ ଚିତ୍ରଣ କରା ଯାଉଥିବାର ଦେଖିବାକୁ ମିଳିଛି ।

ତେବେ ପାକିସ୍ତାନକୁ ଏଭଳି ପ୍ରହାର କରି ଅଭିନନ୍ଦନଙ୍କ ବଦଲା ନେଇଛି ଭାରତ ବୋଲି ମଧ୍ୟ ପୋଷ୍ଟ କରାଯାଇଛି ।