ପାକିସ୍ତାନ ଟିଭି ଚ୍ୟାନେଲରେ ଭାରତୀୟ ସାମଗ୍ରୀର ବିଜ୍ଞାପନକୁ ନା ! ପ୍ରସାରଣ ପାଇଁ ଅନୁମତି ଦେଲେନି ପାକ୍ ସୁପ୍ରିମକୋର୍ଟ ।

122

କନକ ବ୍ୟୁରୋ : ପାକିସ୍ତାନ ଟିଭି ଚ୍ୟାନେଲରେ ଭାରତୀୟ ସାମଗ୍ରୀର ବିଜ୍ଞାପନ ମନା । ବିଜ୍ଞାପନ ପ୍ରସାରଣ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ସିଧା ସିଧା ମନା କରିଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମିୟାଁ ସାକିବ ନିସାର । ଭାରତୀୟ ବିଜ୍ଞାପନରୁ ପାକିସ୍ତାନର ସଂସ୍କୃତି ବରବାଦ୍ ହେଉଥିବା ସେ କହିଛନ୍ତି । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ୩ଜଣିଆ ଖଣ୍ଡପୀଠ ଏହା କହିଛନ୍ତି ।

ପାକିସ୍ତାନ ଇଲକ୍ଟ୍ରୋନିକ୍ସ ମିଡିଆ ରେଗୁଲେଟାରୀ ଅଥରିଟି ଦ୍ୱାରା ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ହୋଇଥିବା ଆବେଦନ ଉପରେ ଶୁଣାଣି କରୁଛନ୍ତି ଏହି ଖଣ୍ଡପୀଠ । ପାକିସ୍ତାନୀ ଟିଭି ଚ୍ୟାନେଲରେ ଭାରତୀୟ ବିଜ୍ଞାପନ ପ୍ରସାରଣ ଉପରେ ଲାଗିଥିବା ରୋକକୁ ହଟାଇ ଦେଇଥିଲେ ଲାହୋର ହାଇକୋର୍ଟ । ସେପଟେ ପାକିସ୍ତାନକୁ ଭାରତରୁ ମିଳିଛି କଡା ଜବାବ । ଏହାର ଜବାବ ଦେବାକୁ ଯାଇ କେନ୍ଦ୍ର ବିଦେଶ ରାଷ୍ଟ୍ରମନ୍ତ୍ରୀ ବିକେ ସିଂ କହିଛନ୍ତି ଯେ ନିଜ ଚିନ୍ତାଧାରାକୁ ବ୍ୟକ୍ତ କରିବା ପାଇଁ ସମସ୍ତଙ୍କ ଅଧିକାର ରହିଛି । ତେବେ ଜଣଙ୍କ ଏଭଳି ଚିନ୍ତାଧାରା ଯୋଗୁଁ ଲୋକ ସର୍ମ୍ପକ ଶେଷ ହେବନି ।