ସତ ଲୁଚାଉଛି ପାକିସ୍ତାନ: ଗଣମାଧ୍ୟମକୁ ବାଲାକୋଟ ମନା, ୯ ଦିନରେ ୩ଥର ବାରଣ କଲାଣି ପାକ୍ ସେନା

ବୋମା ମାଡ ହୋଇଥିବା ମଦ୍ରାସା ଅଂଚଳ ବୁଲି ଦେଖିବାକୁ ଚାହୁଁଥିଲା ରଏଟର୍ସ

233

କନକ ବ୍ୟୁରୋ: ବାଲାକୋଟ୍ ସତ ଲୁଚାଉଛି ପାକିସ୍ତାନ । ପୁଲୱମା ଆତଙ୍କୀ ହମଲା ପରେ ଭାରତ ଆତଙ୍କବାଦୀଙ୍କୁ ଉଚିତ୍ ଶିକ୍ଷାଦେବାକୁ ବାଲାକୋଟରେ ଜୈସ୍ ଇ ମହମ୍ମଦର ଆତଙ୍କୀ ଆଡ୍ଡା ଉପରେ କରିଥିଲା ଏୟାରଷ୍ଟ୍ରାଇକ୍ । ହେଲେ ସାରା ବିଶ୍ୱଠାରୁ ସତ ଲୁଚାଉଛି ପାକିସ୍ତାନ । କେବଳ ସେତିକି ନୁହଁ ପଡୋଶୀ ରାଷ୍ଟ୍ର ଗୁଡିକୁ ଏହାକୁ ନେଇ ଭ୍ରମିତ କରିବାକୁ ଉଦ୍ୟମ କରୁଛି ପାକ୍ । ପାକିସ୍ତାନର ସୁରକ୍ଷା ଅଧିକାରୀ, ଏୟାରଷ୍ଟ୍ରାଇକ୍ ହୋଇଥିବା ଅଂଚଳକୁ ଯିବାକୁ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ବାରଣ କରୁଛି ।

ସୂଚନା ଅନୁସାରେ ରଏଟରର ଏକ୍ ଟିମ୍ କ୍ଷତିଗ୍ରସ୍ତ ବାଲାକୋଟ୍ ଅଂଚଳକୁ ଯିବାକୁ ଉଦ୍ୟମ କରିଥିବା ବେଳେ ପାକିସ୍ତାନ ଏହାର ଅନୁମତି ଦେଇନଥିଲ।। ଗତ ୯ ଦିନ ମଧ୍ୟରେ ତୃତୀୟ ଥର ପାଇଁ ବାଲାକୋଟରେ ପହଁଚିଥିଲା ରଏଟର୍ସ ର ସାମ୍ୱାଦିକ । ଯେଉଁ କୋଠା ଗୁଡିକୁ ଜୈସ୍ ମଦ୍ରାସା ଭାବେ ବ୍ୟବହାର କରି ଆତଙ୍କୀ ଟ୍ରେନିଂ ଦେଉଥିଲା , ସେଠାକୁ କୌଣସି ମିଡିଆକୁ କିନ୍ତୁ ଯିବାକୁ ଦେଉନି ପାକିସ୍ତାନ । ବାଲାକୋଟର କ୍ଷତିଗ୍ରସ୍ତ ଅଂଚଳକୁ ଯୋଗାଯୋଗ କରୁଥିବା ସମସ୍ତ ରାସ୍ତାରେ କଡା ପହରା ଦେଉଛନ୍ତି ପାକ୍ ସେନା ।

ଯେପରିକି କେହି ସେଠାକୁ ଯାଇ ଗ୍ରାଉଣ୍ଡ ଜିରୋର ବାସ୍ତବ ତଥ୍ୟା ନପାଉା ଏଠାରେ ସୂଚନା ଦିଆଯାଇପାରେ, ଗତ ଫେବ୍ରୁଆରୀ ୨୬ ତାରିଖରେ ଭାରତ ଏୟାରଷ୍ଟ୍ରାଇକ୍ କରିବା ପରେ, ଭାରତ ଦାବି କରିଥିଲା ପ୍ରାୟ ୩୦୦ରୁ ଅଧିକ ଆତଙ୍କୀ ନିପାତ୍ ହୋଇଥିଲେ । ତେବେ ପାକ୍ ଏହାକୁ ଖଣ୍ଡନ କରିବା ସହ , ନିଜ ଇଛା ଅନୁସାରେ ଫଟୋ ଗଣମାଧ୍ୟମକୁ ଦେଇ, କିଛି ବି କ୍ଷତିହୋଇନଥିବା ଜଣାଇବାକୁ ଉଦ୍ୟମ କରୁଛି ।