ପାକିସ୍ତାନକୁ ଘାରିଲା ସର୍ଜିକାଲ ଷ୍ଟ୍ରାଇକ ଭୟ । ସୀମାରେ ଥିବା ଆତଙ୍କୀଙ୍କୁ ସେନା ଶିବିରକୁ ସ୍ଥାନାନ୍ତର କଲା ପାକ୍

ପୁଲୱାମା ଆକ୍ରମଣ ପରେ ସେନାର ହାତ ଖୋଲି ଦେଇଛନ୍ତି ଭାରତ ସରକାର

583

କନକ ବ୍ୟୁରୋ: ପାକିସ୍ତାନକୁ ଘାରିଲା ସର୍ଜିକାଲ ଷ୍ଟ୍ରାଇକ ଭୟ । ପୁଲୱାମା ଆତଙ୍କୀ ହମଲା ପରେ ପାକିସ୍ତାନରେ ଆଶ୍ରୟ ନେଉଥିବା ଆତଙ୍କବାଦୀଙ୍କୁ ମିଳିଛି ସେନାର ସୁରକ୍ଷା । ମିଳିଥିବା ସୂଚନା ଅନୁସାରେ ଭାରତ-ପାକ୍ ସୀମା ଏଲଓସି ବା ଲାଇନ୍ ଅଫ କଂଟ୍ରୋଲରେ ଥିବା ଆତଙ୍କୀଙ୍କୁ ସେନା ଶିବିରକୁ ସ୍ଥାନାନ୍ତର କରିଛି ପାକିସ୍ତାନ । ଉରି ଆତଙ୍କୀ ହମଲା ପରେ ପାକିସ୍ତାନ ସୀମା ଭିତରେ ପଶି ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା ଭାରତୀୟ ସେନା । ଟେରର ଲଂଚ ପ୍ୟାଡ ଗୁଡିକୁ ଟାର୍ଗେଟ କରାଯାଇଥିଲା ।

 

ଏବେ ପୁଲିୱାମା ହମଲା ପରେ ଭାରତୀୟ ସେନାର ହାତ ଖୋଲି ଦେଇଛନ୍ତି ଭାରତ ସରକାର । ତେଣୁ ସମାନ ଧରଣର ସର୍ଜିକାଲ ଷ୍ଟ୍ରାଇକ ଆଶଙ୍କା କରୁଛି ପାକିସ୍ତାନ । ଆଉ ସୀମାରେ ଥିବା ଟେରର ଲଂଚ ପ୍ୟାଡରୁ ଆତଙ୍କବାଦୀମାନଙ୍କୁ ନିକଟରେ ଥିବା ସେନା ଶିବିରକୁ ସ୍ଥାନାନ୍ତର କରିଛି । ଏନେଇ ଗୁଇନ୍ଦା ବିଭାଗ ପାଖରେ ସୂଚନା ରହିଛି । ସେପଟେ ଆତଙ୍କୀଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ପାକିସ୍ତାନ ସେନା ପ୍ରତ୍ୟାହାର ମଧ୍ୟ କରିନାହିଁ ।