ଏଲଓସି ପୁଣି ଅଶାନ୍ତ ! ପାକିସ୍ତାନ ପଟୁ ଗୁଳିମାଡ଼ ଯୋଗୁଁ ଫଶି ରହିଥିବା ୨୦୦ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କଲା ସେନା

30

କନକ ବ୍ୟୁରୋ: ଏଲଓସିରେ ପାକିସ୍ତାନ ପଟୁ ଗୁଳିମାଡ଼ ଯୋଗୁଁ ଫଶି ରହିଥିବା ୨୦୦ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କଲା ସେନାବାହିନୀ । ଗୁଳି ନିରୋଧକ ଗାଡି ସହାୟତାରେ ସୁରକ୍ଷିତ ଭାବରେ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଛି ସେନା ।

ସୂଚନା ମୁତାବକ, ନୋ÷ସେରା ସେକ୍ଟର ବିଭାନୀରେ ଥିବା ଏକ ସରକାରୀ ହାଇସ୍କୁଲରେ ପାଖାପାଖି ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଫଶି ରହିଥିଲେ । ପାକିସ୍ତାନ ସେନା ମୋର୍ଟାର ମାଡ଼ କରିବାରୁ ଦୀର୍ଘ ୧୦ଘଂଟା ଧରି ସ୍କୁଲରେ ଫଶି ରହିଥିଲେ ଛାତ୍ରଛାତ୍ରୀ । ୨୫ରୁ ଅଧିକ ସ୍କୁଲ କର୍ମଚାରୀ ମଧ୍ୟ ସେମାନଙ୍କ ସହ ଅଟକି ରହିଥିଲେ । ଏହା ସହ ଆଉ ଏକ ସ୍କୁଲରେ ମଧ୍ୟ ୫୦ରୁ ଅଧିକ ଛାତ୍ରଛାତ୍ରୀ ଫଶି ରହିଥିବା ସୂଚନା ମିଳିଛି ।