କୁଳଭୂଷଣ ଯାଦବଙ୍କୁ ପାକିସ୍ତାନରେ ମୃତ୍ୟୁ ଦଣ୍ଡାଦେଶ ପରେ ଭାରତରେ ତୀବ୍ର ପ୍ରତିକ୍ରିୟା : ଗୁପ୍ତଚର ସ୍ୱୀକାରୋକ୍ତି ଭିଡିଓ ୫୦ଟି ଜାଗାରେ ହୋଇଛି ଏଡିଟିଂ

56

କନକ ବ୍ୟୁରୋ : ଭାରତର ପୂର୍ବ ନୋ÷ସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ପାକିସ୍ତାନ ସାମରିକ ଅଦାଲତ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ଦଣ୍ଡାଦେଶ ପୂର୍ବ ପ୍ରାୟୋଜିତ ହତ୍ୟା ସହ ସମାନ ବୋଲି ଭାରତ କହିଛି । ପାକ୍ ଗଣମାଧ୍ୟମରେ ପ୍ରସାରିତ ଖବର ପରେ ଏନେଇ ବୈଦେଶିକ ମନ୍ତ୍ରାଳୟ, ପାକିସ୍ତାନର ହାଇକମିସନରଙ୍କୁ ବିରୋଧ ପତ୍ର ପଠାଇଛନ୍ତି ।

କୁଳଭୂଷଣଙ୍କୁ ପାକିସ୍ତାନ ବଳ ପୂର୍ବକ ଅପହରଣ କରି ମିଥ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିବା ଭାରତ ଅଭିଯୋଗ କରିଛି । ଗଣମାଧ୍ୟମରେ ପାକିସ୍ତାନ ଜାରି କରିଛି ଏକ ସ୍ୱୀକାରୋକ୍ତି ଭିଡିଓ । ହେଲେ ପାକିସ୍ତାନ ଜାରି କରିଥିବା ଭିଡିଓର ୫୦ଟି ସ୍ଥାନରେ ଏଡିଟିଂ ହୋଇଛି । ଭିଡିଓରେ ବ୍ୟାପକ ଏଡିଟିଂ ହୋଇଥିବାରୁ ଏହା ବିଶ୍ୱାସ ଯୋଗ୍ୟ ନୁହେଁ ବୋଲି କହିଛି ଭାରତ । ତେବେ ଭିଡିଓଟି ଯାଂଚ କରିବା ସହ ପରିସ୍ଥିତି ଉପରେ ଅନୁଧ୍ୟାନ କରୁଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ।